ଡ଼ିଏମୟୁ ଟ୍ରେନ ଧକାରେ ଯୁବକ ର ମୃତ୍ୟୁ

କୋରାପୁଟ, (ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୁସୁମଗୁଡା ଗାଁ ନିକଟସ୍ତ ରେଳ ଲାଇନରେ ଟ୍ରେନ ଧକାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଜଣକ ହେଲେ ସୀମା ମୁଦୁଲି, ବାୟସ ୪୫ ବର୍ଷ । ମୃତକ ଜଣକ କୁସୁମଗୁଡା ପଞ୍ଚାୟତର କୁଚପାର ଗ୍ରାମର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି ଏକ କାମରେ ଟ୍ରେନ ଲାଇନ ପାର ହେଉଥିଲେ କିନ୍ତୁଦୁର୍ଭାଗ୍ୟ ବଶତଃ ଡିଏମୟୁ ଯାତ୍ରୀବାହି ଟ୍ରେନ ତାଙ୍କୁ ଧକା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି। ତାଙ୍କର ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି । ବିଧବା ହୋଇଯାଇଛନ୍ତି ମୃତ ବ୍ୟକ୍ତିଙ୍କର ପତ୍ନୀ । ଦୁଇ ଛୁଆଙ୍କ ସହିତ ସେ କେମିତି ବଞ୍ଚିବେ ଏହି ଚିନ୍ତାରେ ପଡିଯାଇଛନ୍ତି । ସ୍ୱାମୀ କୁଲିଭୁତି କରି ପରିବାର ପ୍ରତିପୋଷଣା କରୁଥିଲେ ଏବେ ଦୁଇ ଛୁଆଙ୍କୁ ଧରି ସେ ଭାଙ୍ଗିପଡିଛନ୍ତି ।ଏହି ଦୁଃଖଦ ଖବର ଶୁଣି ଗାଁରେ ଶୋକର ଛାୟା ଖେଳିଯାଇଛି, ବିଧବା ପତ୍ନୀ ଙ୍କୁ ସରକାର ଙ୍କ ଦ୍ୱାରା ସାହାଯ୍ୟ କରିବା ସକାଶେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ