ତୂଳସୀ ପୂଜନ ଦିବସ ପାଳିତ
ଜୟପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ହନୁମାନ ବିହାରସ୍ଥ ଲାବାଣ୍ୟ କୁଟୀରଠାରେ ତୂଳସୀ ପୂଜନ ଦିବସ ପାଳିତ ହୋଇଯାଇଛି।ବନବାସୀ କଲ୍ୟାଣ ଆଶ୍ରମର ନଗର ସମ୍ପାଦକ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ହନୁମାନ ଵିହାରର ପୁରୁଷ ଓ ମହିଳା ମାନେ ତୂଳସୀମାତାଙ୍କ ପୂଜାର୍ଚ୍ଚନା ସହ ଉତ୍ସବ ପାଳନ କରିଥିଲେ।କୁନ୍ଦୁଲି ବୈଦିକ ଗୁରୁକୁଳାଶ୍ରମର ପୀଠାଧୀଶ ଆଚାର୍ଯ୍ୟ ମନୁଦେବଜୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତୂଳସୀର ପୌରାଣିକ ଓ ବୈଜ୍ଞାନିକ ମହତ୍ତ୍ଵ ସମ୍ବନ୍ଧରେ ମାର୍ଗଦର୍ଶନ କରିବା ସହ ଗୋଟିଏ ପରିବାର-ଗୋଟିଏ ତୂଳସୀ ବୃକ୍ଷକୁ ରୋପଣ କଲେ ଏ ପୃଥିବୀ ପରିବେଶ ଅସୁନ୍ତଳନରୁ ମୁକ୍ତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ଆଜିର ଦିନରେ ବିଦେଶରେ ରହୁଥିବା ସନାତନୀମାନେ ହିନ୍ଦୁ ସଂସ୍କୃତି ଓ ପରମ୍ପରାକୁ ଆପଣାଉଥିବାବେଳେ ଆମ କେତେକ ଭାରତୀୟ ଡିସେମ୍ବର ୨୫କୁ ତୂଳସୀ ପୂଜନ ଦିବସ ଭାବେ ପାଳନ ନକରି ଆନ୍ୟ ଧର୍ମର ପର୍ବକୁ ଶୁଭେଚ୍ଛା ଜଣାଇବା ଧର୍ମ ବିରୋଧୀ କାର୍ଯ୍ୟ ତଥା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ରାଷ୍ଟ୍ରଦୀପ ପ୍ରସାର ସମିତି ତଥା ଧର୍ମ ପ୍ରସାର ସମିତିର ପ୍ରାନ୍ତ ପ୍ରଭାରୀ ଡ.ଜଳେନ୍ଦ୍ର ତ୍ରିପାଠୀ ସମ୍ମାନ୍ନିତ ଅତିଥି ରୂପେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ।ହିନ୍ଦୁ ଧର୍ମ,ସଂସ୍କୃତି ଓ ପରମ୍ପରା ବଞ୍ଚିଲେ ହିଁ ଏ ସୃଷ୍ଠି ବଞ୍ଚିବ। ଏଥିପାଇଁ ପ୍ରତ୍ୟେକ ଭାରତୀୟ କେବଳ ଗୋଟିଏ ତୂଳସୀ ପୂଜନ ଦିବସ ନୁହଁ ବରଂ ପ୍ରତ୍ୟେକ ସନାତନୀ ଉତ୍ସବକୁ ପାଳନ କରିବା ଉଚିତ ବୋଲି ଅନ୍ୟତମ ଅତିଥି ଅର୍ଜୁନ ବାନପ୍ରସ୍ଥୀ ବଣ୍ଣନା କରିଥିଲେ।ସିମାଞ୍ଚାଳ ମହାନ୍ତି,ଏଲ୍ ଭି ରାବଣା,ଆଶୁତୋଷ ପଣ୍ଡା, ସବିତା ପାଣିଗ୍ରାହୀ, କୈଳାଶ ପୃଷ୍ଠି,ଅଶ୍ବିନ୍ କୁମାର ରଥ,ଉତ୍କଳ କୁମାର ପଣ୍ଡା,ସୁସ୍ମିତା ରଥ ,ପୁଷ୍ପଲତା ରଥ ପ୍ରମୁଖଙ୍କ ପ୍ରତ୍କ୍ଷ ତତ୍ତ୍ୱାବଧାନରେ ଉତ୍ସବ ଅନୁଷ୍ଠିତ ଓ ପରିଚାଳନା ହୋଇଥିଲା।