ଦାନ୍ତ ଘଷିଲେ କମେ ହାର୍ଟଆଟାକ୍ ଆଶଙ୍କା

ଓ୍ବାଶିଂଟନ : ଦାନ୍ତ ଘଷିବା ଦ୍ୱାରା ହାର୍ଟଆଟାକ୍‌ ଆଶଙ୍କା କମେ। ଏନେଇ ନିକଟରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ୟୁରୋପିଆନ୍‌ ଜର୍ନାଲ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ କାର୍ଡିଓଲୋଜିରେ ପ୍ରକାଶ ପାଇଛି। ଦାନ୍ତରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ଧମନୀରେ ରକ୍ତ ପ୍ରବାହ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଏହାଯୋଗୁ ହାର୍ଟଆଟାକ୍‌ ଆଶଙ୍କା ବଢ଼ିଥାଏ। ତେବେ ନିୟମିତ ଦାନ୍ତ ଘଷିଲେ ଏଭଳି ସମସ୍ୟା ଦୂର ହୋଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଏନେଇ କୋରିଆନ୍‌ ନ୍ୟାସନାଲ୍‌ ହେଲଥ୍‌ ଇନସ୍ୟୁରାନ୍ସ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେରେ ୪୦ରୁ ୭୯ ବର୍ଷ ବୟସ୍କ ୧୬ ଲକ୍ଷ ଏକ ହଜାର ୨ ଶହ ୮୬ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ଦୀର୍ଘ ଦିନ ଅଧ୍ୟୟନ ପରେ ଏହାର ରିପୋର୍ଟ ପ୍ରକାଶ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ