ଦିଗପହଣ୍ଡି ଥାନା ଇଲାକାରେ ସିରିଜ ବୋମାମାଡ଼ ଘଟଣା, ବୋମା ପ୍ରସ୍ତୁତକାରୀ ଯୁବକ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଇଲାକାରେ ଗତ କିଛିଦିନ ହେଲା ନିୟମିତ ବ୍ୟବଧାନରେ ସିରିଜ୍ ବୋମାମାଡ଼ କରି ଆତଙ୍କ ଚଳାଇଥିବା ବ୍ରହ୍ମପୁର ସଦରଥାନା ଦକ୍ଷିଣପୁର ଗ୍ରାମର ସନ୍ତୋଷ ଗୌଡ଼ ଗ୍ୟାଙ୍ଗ ର ୮ ପେସାଦାର ଅପରାଧି ଙ୍କୁ ପୋଲିସ ଗିରଫ କରି ପୂର୍ବରୁ କୋର୍ଟ ଚାଲାଣ କରିଥିବା ବେଳେ ଶୁକ୍ରବାର ଏହି ମାମଲାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ଅଞ୍ଚଳ କଲୋନୀ ରେ ରହୁଥିବା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ସୁନୀଲ ସେଠୀ।ସୁନୀଲ ହାତ ବୋମା ପ୍ରସ୍ତୁତିରେ ଓସ୍ତାଦ।ସେ ବୋମା ପ୍ରସ୍ତୁତ କରି ନିୟମିତ ବ୍ୟବଧାନରେ ଗ୍ୟାଙ୍ଗ ଲିଡର ସନ୍ତୋଷ ଙ୍କ ଇସାରାରେ ପରିଚାଳିତ ହେଉଥିବା ପେସାଦାର ଅପରାଧି ମାନଙ୍କୁ ଯୋଗାଣ କରୁଥିଲେ ବୋଲି ସ୍ବୀକାର କରିଥିବା ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି। ଗତ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟାରେ ଦିଗପହଣ୍ଡି – ପଦ୍ମନାଭପୁର ମୁଖ୍ୟରାସ୍ତା ରେ କୁଶପଡ଼ା ଗ୍ରାମର ବାଇକ ଆରୋହୀ ଶତ୍ରୁଘ୍ନ ବିଷୋୟୀ ଙ୍କୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ମାନେ ମାଡ଼ କରିଥିଲେ । ସେ ସେଠାରୁ ଖସିଯାଇ ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟରାସ୍ତା ରେ ଥିବା ଏକ ଆଶୀର୍ବାଦ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ନିକଟରେ ଠିଆ ହୋଇ କଥା ହେଉଥିଲେ। ସେମାନେ ଶତ୍ରୁଘ୍ନ ଙ୍କୁ ଏକ ବୁଲେଟ ରେ ପିଛା କରି ପୁଣି ତାଙ୍କୁ ଲକ୍ଷ୍ୟ କରି ଲଗାତାର ୨ ଟି ହାତ ବୋମା ଫିଙ୍ଗି ଥିଲେ। ଶତ୍ରୁଘ୍ନ ଦୌଡ଼ି ପଳାଇଥିବା ବେଳେ ନିକଟରେ ଠିଆ ହୋଇ ଫୋନ ରେ କଥା ହେଉଥିବା ଜଣେ ଫାଇନାନ୍ସ କର୍ମଚାରୀ ସୁନୀଲ କୁମାର ନାୟକ ବୋମାମାଡ଼ ରେ ଆହାତ ହୋଇଥିଲେ। ରାସ୍ତାକଡ ରେ ଥିବା ଏକ ଥର୍ ଜିପ୍ କ୍ଷତିଗ୍ରସ୍ତ ହୋଇଥିଲା। ଗତ ଅକ୍ଟୋବର ୨୮ ତାରିଖ ରାତି ପ୍ରାୟ ୧୨ ଟାରେ ଏକ ବାଲେନୋ କାର ଏବଂ ସ୍ଵିଫ୍ଟ୍ ଡିଯାଏର କାର ଯୋଗେ ବ୍ରହ୍ମପୁର ସଦର ଥାନା ଦକ୍ଷିଣପୁର ଗ୍ରାମର ଗ୍ୟାଙ୍ଗ ଲିଡର ସନ୍ତୋଷ ଗୌଡ଼, ଅଜିତ ଓରଫ ବଳିଆ ସେଠୀ, କାହ୍ନା