ଦିନଦ୍ବିପ୍ରହରରେ କାର୍ଯ୍ୟାଳୟରେ ପଶି ରାଜସ୍ୱ ନିରୀକ୍ଷକଙ୍କୁ ପିସ୍ତଲ ଓ ଭୁଜାଲି ଦେଖାଇ ସୁନାଗହଣା ଓ ଟଙ୍କା ଲୁଟ
କରଞ୍ଜିଆ,( ଜିତେନ୍ଦ୍ର ରାଜ):ଦିନ ଦ୍ବିପ୍ରହର ରେ କାର୍ଯ୍ୟାଳୟ ରେ ପଶି ରାଜସ୍ୱ ନିରୀକ୍ଷକଙ୍କୁ ପିସ୍ତଲ ଓ ଭୁଜାଲି ଦେଖାଇ ସୁନାଗହଣା ଓ ମୋବାଇଲ,ଟଙ୍କା ଲୁଟ ହୋଇଛି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ପାଟବିଲ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ନିରୀକ୍ଷକଙ୍କୁ ଆଜି ଦୁଇ ଦୁର୍ବୃତ୍ତ କାର୍ଯ୍ୟାଳୟରେ ପଶି ଭୁଜାଲି ଓ ପିସ୍ତଲ ଦେଖାଇ ହାର କାନଫୁଲ, ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଜଣାଯାଇଛି। ଘଟଣା ରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ୧୨ଟା ସମୟରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଜମିଜମା ବିକ୍ରି କାମ ନିମନ୍ତେ ବୁଝାସୁଝା ପାଇଁ ଆସିଥିଲେ ଦୁଇଜଣ ଲୋକ। କାର୍ଯ୍ୟରତ ନୀରିକ୍ଷିକା ନିରୁପମା ନାଏକଙ୍କୁ ଦୁହେଁ ନିଜର କାମ ବୁଝି କାର୍ଯ୍ୟାଳୟ ରୁ ସେମାନେ ଚାଲିଯିବା ପରେ ପୁନର୍ବାର ଦୁଇଜଣ ଲୋକ ମୁହଁରେ ମୁଖା ପିନ୍ଧି କାର୍ଯ୍ୟାଳୟ ଭିତରେ ପଶି ତାଙ୍କୁ ଭୁଜାଲି ଓ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ। ନିରୀକ୍ଷିକା ଙ୍କ ଠାରୁ ସେ ପିନ୍ଧିଥିବା ସୁନାର ହାର,କାନଫୁଲ, ନଗଦ ୭୦୦ଟଙ୍କା, ଦୁଇଟି ମୋବାଇଲ ଓ ସ୍କୁଟି ଚାବିକାଠି ଲୁଟିନେଇ ଦୁର୍ବୃତ୍ତମାନେସେଠାରୁ ଚମ୍ପଟ ମାରିଥିଲେ। ପରେ ଘଟଣା ସମ୍ପର୍କରେ ନିରୀକ୍ଷିକା ପାଟବିଲ ଛକକୁ ଆସି ଅନ୍ୟଜଣଙ୍କର ମୋବାଇଲ ଦ୍ୱାରା ତହସିଲଦାରଙ୍କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା । କରଞ୍ଜିଆ ତହସିଲ ର ଭାରପ୍ରାପ୍ତ ତହସିଲଦାର ବେଦବ୍ୟାସ ଭୋଇ ଓ ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟ ରେ ପଚାରି ବୁଝିବା ପରେ କରଞ୍ଜିଆ ଥାନାରେ ନିରୀକ୍ଷିକା ଙ୍କ ଉପସ୍ଥିତି ରେ ଲିଖିତ ଏତଲା ଦେଇଥିଲେ।ପରେ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେଲାଗିଥିବା ସିସି ଟିଭି ର ଯାଞ୍ଚ ସହିତ ଅପରାଧୀ ଙ୍କ ସମ୍ପର୍କ ରେ ଅନୁସନ୍ଧାନ ଜାରୀ ରଖିଛି ।
ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଟି ନିଛାଟିଆ ସ୍ଥାନରେ ଥିବାରୁ ଦୁର୍ବୁର୍ତ୍ତ ମାନେ ସହଜରେ ଲୁଟ କରି ଖସିଯାଇଥିବା ଅନୁମାନ କରାଯାଉଛି ।