ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ଅଧିକ ରୁ ଅଧିକଲକ୍ଷପତି ଦିଦି ସୃଷ୍ଟି କରିବା ନିମନ୍ତେ ମନ୍ତ୍ରୀ ଙ୍କ ପରାମର୍ଶ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ଲକ୍ଷ୍ୟ ନେଇ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ୨ ଦିନିଆ ଲକ୍ଷପତି ଦିଦି ନିମନ୍ତେ ପ୍ରଶିକ୍ଷଣ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି, ଏଥିରେ ଓଡିଶା ସରକାରଙ୍କ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ବିଭାଗ ର ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଶିବିର କୁ ଉଦଘାଟନ କରିବା ସହିତ ଅଧିକ ରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି, ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲା ପରିଷଦ ର ସିଡିଓ ମଧୁମିତା, ଭାରପ୍ରାପ୍ତ ଛତ୍ରପୁର ବିଡ଼ିଓ ଜୟଶ୍ରୀ ନାୟକ, ଓଡିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ସନ୍ତୋଷ ରଥ, ବ୍ଲକ ସଂଯୋଜିକା ମାନିନୀ ଜେନା ଙ୍କ ସମସ୍ତ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ମାନେ ଯୋଗଦେଇ ଶିବିର ର ମୂଳ ଲକ୍ଷ୍ୟ ଉପରେ ଆଲୋପାତ କରିଥିଲେ, ସୂଚନା ଯୋଗ୍ୟ ଯେ ଛତ୍ରପୁର ବ୍ଲକ କୁ ୬୦୯୦ଜଣ ଲକ୍ଷପତି ଦିଦି ସୃଷ୍ଟି କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ୮୮୪୩ଜଣ ଙ୍କୁ ଲକ୍ଷପତି ଦିଦି ନିମନ୍ତେ ଚିନ୍ହଟ କରାଯାଇଥିବା ସୂଚନା ମିଳିଛି