ଦୁଇ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ନୂତନ ଇଁରାଜୀ ନବ ବର୍ଷକୁ ସ୍ୱାଗତ କରାଯିବା ସହିତ ବ୍ଳକ୍ ର ଦୁଇଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଆଜି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ନେତୃତ୍ୱରେ ସଂଘର ସମସ୍ତ କର୍ମକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀଙ୍କ ସମେତ ଗୋଷ୍ଠୀ ଶିକ୍ଷାକାରୀ କାର୍ଯ୍ୟାଳୟର କର୍ମଚାରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ନବବର୍ଷର ଅଭିନନ୍ଦନ ଜଣାଇଥିଲେ I ଏହାପରେ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅବସର ଗ୍ରହଣ କରିଥିବା ବ୍ଳକ୍ ଅନ୍ତର୍ଗତ କିରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ପାତ୍ର ଏବଂ ଇଙ୍ଗିନାଠୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବରାଜ ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଉଭୟ ଶିକ୍ଷକଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତଇଫରୁ ଦୁଇ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ମଧ୍ୟ ପ୍ରଦାନ କରାଯାଇଥିଲା I ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହ କିରାଣୀ ଶରତଚନ୍ଦ୍ର ରଥ,ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ରାଉତ,ରମେଶ୍ ଚନ୍ଦ୍ର ପାତ୍ର,ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠୀ, ମନୋଜ ପଟ୍ଟନାୟକ,ଉପସଭାପତି ଶଲ୍ୟ ସିଅ, କୋଷାଧ୍ୟକ୍ଷ ଶଙ୍କର ନାରାୟଣ ସେଠୀ,ଉପଦେଷ୍ଟା ସନିତ୍ ଜେନା, ବରିଷ୍ଠ ଶିକ୍ଷକ ଶଙ୍ଖନାଦ ସେନାପତି ପ୍ରମୁ୍ଖ ମଞ୍ଚାସୀନ ରହିଥିଲେ I କାର୍ଯ୍ୟକ୍ରମରେ ସଂଘ କର୍ମକର୍ତ୍ତା ଟୁକୁନା ବେହେରା, କେଦାର ନାଥ ନାୟକ,କାଳୁ ଚରଣ ଗୌଡ଼, ଜିତେନ୍ଦ୍ର ସାହୁ,ଅନନ୍ତ ସେଠୀ, ସୁକାନ୍ତ ନାୟକ, ରଞ୍ଜିତ୍ ସାହୁ,ନରେଶ ବ୍ରହ୍ମା, ସୁଧୀର କାନ୍ତ ତ୍ରୀପାଠୀ, ପ୍ରମୋଦ ଚନ୍ଦ୍ର ପତି ଏବଂ ସମସ୍ତ କ୍ଲଷ୍ଟର ଇନ ଚାର୍ଜ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ସନିତ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ