ଦୁର୍ଗା ମାଧବ ପାଣିଗ୍ରାହୀଙ୍କୁ ଭାଷାମୁକ୍ତି ଯୋଦ୍ଧା ସମ୍ମାନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମର ଯୁବସମାଜସେବି,”ଭରସା” ଅନୁଷ୍ଠାନର ସମ୍ପାଦକ ତଥା ସାମ୍ବାଦିକ ଦୁର୍ଗାମାଧବ ପାଣିଗ୍ରାହୀ ” ଭାଷାମୁକ୍ତି ଯୋଦ୍ଧା ” ସମ୍ମାନରେ ସମ୍ମାନୀତି ହୋଇଛନ୍ତି lଭାଷା ଆନ୍ଦୋଳନ, ଓଡିଶା ତରଫରୁ ଐତିହାସିକ ସ୍ମାରକୀ ସ୍ୱାକ୍ଷର ବହନ କରୁଥିବା ବ୍ରହ୍ମପୁର ଉତ୍କଳ ଆଶ୍ରମ ପରିସରରେ ବ୍ରହ୍ମପୁର ଭାଷା ଆନ୍ଦୋଳନର ସଭାପତି ଡ଼. ସାଗର ରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ”ଗଞ୍ଜାମ ଭାଷା ସମ୍ମିଳନୀ” ରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ,ଭାଷା ଆନ୍ଦୋଳନ ଓଡ଼ିଶା ଆବାହକ ପବିତ୍ର ମହାରଥା,ଯୋଗଦେଇ ଯୁବସମାଜସେବି ଦୁର୍ଗାମାଧବଙ୍କୁ “ଭାଷାମୁକ୍ତି ଯୋଦ୍ଧ ” ସମ୍ନାନରେ ସମ୍ମାନୀତି କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତି ପ୍ରୋଫେସର ଡ. ବିଦ୍ୟୁତ୍ ପ୍ରଭା ସାହୁ,ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପ ସଭ୍ୟ ଭାଷା ସଂସ୍କୃତି ଗବେଷକ ବିଭୁତି ଭୂଷଣ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମ୍ମାନପାଇଁ ଦୁର୍ଗାମାଧବଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି l