ଧଉଳି ସାହିତ୍ୟ ସଂସଦର ବର୍ଷା ପର୍ବ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଧଉଳି ସାହିତ୍ୟ ସଂସଦର ବର୍ଷା ପର୍ବ “ଆସର ମେଘମହ୍ଲାର” ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ତଥା କବି ମଧୁସୂଦନ ଦାଶ, କଥାକାର ଅଜୟ ସ୍ୱାଇଁ, ସିନେ ସଂଳାପକାର ରଜନୀରଞ୍ଜନ, ସମାଜସେବୀ ବୃନ୍ଦାବନ ସାହୁ, ଶିକ୍ଷାବିତ୍ ଅନାଥବନ୍ଧୁ ସାମନ୍ତରାୟ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ସଂସଦର ସଭାପତି ଅକ୍ଷୟ ସ୍ୱାଇଁ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମ୍ପାଦକ ନିରଞ୍ଜନ ନାୟକ, ସଦସ୍ୟ କୈଳାସ ବେହେରା, ସୁମନ୍ତ ସୁବୁଦ୍ଧି ଓ ସବିତା ରଥ । ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଲକ୍ଷ୍ମୀଧର ପ୍ରଧାନ, ଦିଲ୍ଲୀପ ସୁବୁଦ୍ଧି, ସୁଶାନ୍ତ ସାହୁ, ରଞ୍ଜନ ମହାପାତ୍ର ଏବଂ ମାଧବ ବେହୁରାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ବଙ୍କିମ ଚନ୍ଦ୍ର ନାୟକ, ଅରୁଣ ମହାନ୍ତି, ସ୍ନେହଲତା ଦାସ ଲେଙ୍କା, ଅଶ୍ୱିନୀ ସାହୁ, ଅଶ୍ୱିନୀ ପତି, ନବୀନ, ବନଜା ପ୍ରଧାନ ପ୍ରମୁଖ ପଚାଶରୁ ଉର୍ଦ୍ଧ୍ୱ କବି ଶତାଧିକ ଶ୍ରୋତାଙ୍କ ଗହଣରେ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ସନ୍ତୋଷ ଦାଶ ।