ଧାନ ଫସଲ କ୍ଷତିପୂରଣ ପାଇଁ ଆପ୍ ର ଦାବିପତ୍ର

ହିଞ୍ଜିଳିକାଟୁ,( ଶେଷଦେବ ସାହୁ): ଆମ୍ ଆଦ୍‌ମୀ ପାର୍ଟି ତରଫରୁ ଚାଷୀଙ୍କ ତୁରନ୍ତ କ୍ଷତିପୂରଣ ଦାବୀକରି ଶୁକ୍ରବାର ହିଞ୍ଜିଳିକାଟୁ ତହସିଲଦାରଙ୍କୁ ଦାବୀପତ୍ର ଦିଆଯାଇଛି l ଚଳିତ ମାସ ଧାନ ଅମଳ ସମୟରେ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ହିଞ୍ଜିଳିକାଟୁ ଅଞ୍ଚଳରେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି l ଲଗାତାର ବର୍ଷାରେ ଭିଜିବା ଫଳରେ ଧାନ ଗଜା ହୋଇ ସମ୍ପୂର୍ଣ ନଷ୍ଟ ହୋଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି l ଚିନ୍ତାଗ୍ରସ୍ତ ହୋଇ ଜିଲ୍ଳାର ଜଣେ ଚାଷୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି।
ଓଡ଼ିଶାରେ ସରକାର ବଦଳିଲେ ମଧ୍ୟ ଚାଷୀଙ୍କ ହିତ ଦୃଷ୍ଟିରୁ ସବୁ ଚାଷୀଙ୍କ ଫସଲ ବୀମା ଏବଂ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତାର କୌଣସି ରୂପରେଖ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ।
ଧାନ ମଣ୍ଡିରେ ସରକାର ଚାଷୀର ଧାନକୁ ୩୧୦୦ ଟଙ୍କାରେ କିଣିବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଚାଷୀର ଅମଳ ଖଳାରୁ ଧାନ କିଣା ଯାଉନାହିଁ l ମଣ୍ଡିକୁ ଧାନ ଚାଷୀ ନିଜ ଖର୍ଚ୍ଚରେ ନେଲେ ।ମଣ୍ଡିରେ ବହୁ ଦିନ ପର୍ଯ୍ୟନ୍ତ ଧାନ ଓଜନ ନକରି ପଡ଼ି ରହୁଛି l ମଣ୍ଡିରେ ନିମ୍ନ ମାନର ଧାନ କହି କଟନୀ ଛଟନୀ କରିବା ଯୋଗୁଁ ଚାଷୀ ଉପାୟହୀନ ହୋଇ କମ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ଆପ୍ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ କହିଛନ୍ତି। କାର୍ଯ୍ୟକ୍ରମରେ ଆସିକା ଲୋକସଭା ଆବାହକ ଭଜରାମ ସାବତ ନେତୃତ୍ୱରେ ଲିଗାଲ ସେଲ ସଭାପତି କୈଳାଶ ସେଠୀ, ସୁଦର୍ଶନ ମଲିକ,ଲଡ଼ୁ କିଶୋର ବିଶ୍ୱସ୍ଵରାୟ, ମହେଶ୍ୱର ଗୌଡ଼, ସ୍ୱାଧୀନ ସାହୁ, ଆରକ୍ଷୀତ ସାହୁ, ଗୋପାଳ କୃଷ୍ଣ ପଣ୍ଡା, ରମେଶ ଚନ୍ଦ୍ର ସାହୁ, ସୁଶାନ୍ତ କୁମାର ପାଣିଗ୍ରାହୀ,ମନ୍ମଥ ସାହୁ ,ଅଶୋକ କୁମାର ପଟ୍ଟନାୟକ, ମାଗତି ସାହୁ, ପି. ପଞ୍ଚୁ,ପ୍ରମୁଖ ଦଳୀୟ ସକ୍ରିୟ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ।
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ