ନାଉଗାଁ ବ୍ଳକରୁ ଆଉ ୨ଜଣ କରୋନା ସଂକ୍ରମିତ ଚିହ୍ନଟ

ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକରୁ ଆଉ ୨ଜଣ କରୋନା ସଂକ୍ରମିତ ରବିବାର ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଜଣେ ଓଷକଣା ପଂଚାୟତର ହୋଇଥିବା ବେଳେ ଅନ୍ୟ ଜଣେ ଜାମୁଗାଁ ପଂଚାୟତର ବୋଲି ଜଣାଯାଇଛି । ଉଭୟ ପ୍ରବାସୀ ହୋଇଥିବା ବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ । ଏହି ଦୁଇ ଜଣକୁ ମିଶାଇ ନାଉଗାଁ ବ୍ଳକରେ ୫୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି । ଓଷକଣା ପଂଚାୟତରୁ ବାହାରିଥିବା କରୋନା ସଂକ୍ରମିତ ମେ ୨୬ ତାରିଖରେ ମହାରାଷ୍ଟ୍ରରୁ ଫେରି ଡେରିକି ପଂଚାୟତ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜୁନ୧୧ରେ ୬ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିôମଧ୍ୟରୁ ୫ଜଣଙ୍କର ନେଗେଟିଭ ଆସିଥିବା ବେଳେ ଜଣଙ୍କର ପଜଟିଭ ଆସିଥିବା ଜଣାଯାଇଛି । ସେହିପରି ଜାମୁଗାଁ ପଂଚାୟତରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ହରିଆନାରୁ ଫେରିଥିବା ବେଳେ ନାଉଗାଁ ପଂଚାୟତସ୍ଥିତ ମାରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ପଠାଯାଇଥିବା ବ୍ଲକ କାର୍ଯ୍ୟାଳୟର ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ