ନାଚମଣ୍ଡପରେ ବିଭତ୍ସ ଦୃଶ୍ୟ ଘଟଣା ଗିରଫ ସଂଖ୍ୟା ୩ରେ ପହଞ୍ଚିଲା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ରାଳବ ଗ୍ରାମରେ ଗତ ୨୪ ତାରିଖରେ କାଞ୍ଜିଅଁଳା ଯାତ୍ରା ଶୁଭାରମ୍ଭ ହୋଇଥିଲା। ଯାତ୍ରାରେ ଚାଲିଥିବା ରାମାୟଣ ନାଟକରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ନାଟକ ମଞ୍ଚରେ ବାଳି ଓ ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା କଳାକାର ଦ୍ବୟ ସାପ ଖେଳାଇବା ଘଟଣା ଦେଖିବାକୁ ମିଳିଥିଲା। ସଂପୃକ୍ତ ଘଟଣାରେ ବ୍ରହ୍ମପୁର ବନ ବିଭାଗ ସାପ ଖେଳାଳି ଗିରଫ କରିଛି । ଗିରଫ ଜଣକ ହେଲେ ମିଥୁନ ସେଠୀ । ସେ ନାଟକ ମଞ୍ଚରେ ସାପ ଖେଳାନ୍ତି । ସୂଚନାଯୋଗ୍ୟ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ରାଳବ ଗ୍ରାମର ତଳସାହିରେ ଚିକିଲି ଦଳ ପକ୍ଷରୁ ରାମାୟଣ ନାଟକ ପରିବେଷଣ କରାଯାଇଥିଲା । ତେବେ ଯାତ୍ରା ଦଳ ମଧ୍ୟରେ ପ୍ରତିଯୋଗିତାରୁ ଦେଖିବାକୁ ମିଳିଥିଲା ବିଭତ୍ସ ଦୃଶ୍ୟ । ଅସୁର ଭୂମିକାରେ ଅଭିନୟ କରୁଥିବା କିଛି କଳାକାର ଏକ ଜୀଅନ୍ତା ଘୁଷୁରୀକୁ ବାନ୍ଧି ଝୁଣି ଝୁଣି ମାଂସ ଭକ୍ଷଣ କରୁଥିବା ଏବଂ ହଜାର ହଜାର ଦର୍ଶକଙ୍କ ଆଗରେ ସାପ ଖେଳାଳି ମିଥୁନ ବିଷଧର ସାପକୁ ନାଟ ମଞ୍ଚରେ ଖେଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସଂପୃକ୍ତ ଘଟଣାକୁ କିଛି ଦର୍ଶକ ଏହାକୁ ମନଭରି ଉପଭୋଗ କରି ତାଳି ମାରି ଅଧିକ ଉତ୍ସାହିତ କରୁଥିବା ବେଳେ ଆଉ କିଛି ଦର୍ଶକଙ୍କ ମନରେ ଭୟ ସଞ୍ଚାର ହୋଇଥିଲା । ତଥାପି କେହି ଏହାର ବିରୋଧ କରିନଥିଲେ । ନା ଯାତ୍ରା କମିଟି, ନା ଗାଁ କମିଟି ନା ଦର୍ଶକ । ଅନୁରୂପ ଭାବେ ବାଳୀ ଓ ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା କଳାକାର ଦ୍ୱୟ ବିଷଧର ସାପକୁ ନାଟ ମଞ୍ଚରେ ଖେଳାଉଥିବା ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ଏଭଳି ବିଭତ୍ସ ଦୃଶ୍ୟ ପଦର୍ଶନ କରୁଥିବା କଳାକାର ଓ ଯାତ୍ରା କମିଟି ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିଲା । ଯାହାକୁ ନେଇ ପୁଲିସ ଓ ବନ ବିଭାଗ ତୁରନ୍ତ କାର୍ଯ୍ୟନୁଷ୍ଠାନ କରି ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା କଳାକାର ବିମ୍ବାଧର ଗୌଡ଼ଙ୍କୁ ହିଞ୍ଜିଳି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଓ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ନାଟ୍ୟ ପରିଚାଳକ ଖଲ୍ଲିକୋଟ ଥାନା ଚିକିଲି ଗ୍ରାମର ନାରାୟଣ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ