ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲା କୋର୍ଟରେ ହଜାର ହେଲେ ନାବାଳକ ଛାତ୍ର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଜଣେ ନାବାଳକ ଯୁକ୍ତ ତିନି ଛାତ୍ରଙ୍କୁ ଥାନା ମାମଲା ନଂ.୪୧୦/୨୪ ଅନୁଯାୟୀ ପୋଲିସ ବ୍ରହ୍ମପୁର ଜେଜେବି କୋର୍ଟରେ ହାଜର କରିଛନ୍ତି।ପରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି । ଗତ ୧୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟାରେ ନାବାଳିକା ଛାତ୍ରୀ ଜଣକ ଘରୁ ଆକସ୍ମିକ ନିଖୋଜ ହୋଇଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। କିନ୍ତୁ ତାଙ୍କ ସନ୍ଧାନ ମିଳିନଥିଲା। ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଏକ ଗ୍ରାମର ନାବାଳକ ଛାତ୍ର ଜଣକ ତାଙ୍କ ନାବାଳିକା ଝିଅ କୁ ଅପହରଣ କରି ନେଇଥିବା ଜଣାପଡିଥିଲା।ଏନେଇ ନାବାଳିକା ଙ୍କ ବାପା ରବିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ନାବାଳକ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କୌଶଳକ୍ରମେ ଅଭିଯୁକ୍ତ ଛାତ୍ର ଙ୍କୁ ଗିରଫ କରିବା ସହ ନାବାଳିକା ଙ୍କୁ ଉଦ୍ଧାର କରିଥିଲେ।ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଯାଇଥିଲା।  ପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରାଯାଇଥିଲା। ଛାତ୍ରୀ ଙ୍କୁ ପୋଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ନାବାଳିକା ଛାତ୍ରୀ ଙ୍କୁ ଅପହରଣ କରିବା ପରେ ଅଭିଯୁକ୍ତ ଏକ ଭଡ଼ା ଘରେ ତାଙ୍କ ଇଚ୍ଛା ବିରୋଧରେ ବାରମ୍ବାର ଦୁଷ୍କର୍ମ କରିଥିବା ଏତଲାରେ ଉଲ୍ଲେଖ ରହିଛି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ