ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛି ପରିବାର
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ବାପା ପରିବାରର ମେରୁଦଣ୍ଡ ଓ ପିତା ଥିଲେ ଜଗତ ଜିତା ହୋଇ ପାରିବ କିନ୍ତୁ ପିତା ଯଦି ପରିବାର ଠାରୁ ଦୂରେଇ ଯାଏ ସେତେବେଳେ ପରିବାରଟି ସଂପୂର୍ଣ୍ଣ ଭାଙ୍ଗି ଯାଏ।ଆମେ ଆଜି ଏହି ପରି ଏକ ପରିବାର କଥା କହୁଛୁ ଯେଉଁ ପରିବାର ଅନେକ ସ୍ୱପ୍ନ ଦେଖିଥିଲା।ମୁନା ଭୂୟାଁ ବୟସ ୩୫,ଘର ଆସିକା ଥାନା ଅନ୍ତର୍ଗତ ପଙ୍କଳବାଡ଼ି।ମୁନା ପେସାରେ ଜଣେ ଡ୍ରାଇଭର,ସେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ ମୁଦୁଲି ପଲ୍ଲୀ ଗ୍ରାମର କୃଷ୍ଣ ବିଷୋୟୀ ଙ୍କ ଝିଅ ପିଙ୍କିକୁ ବିବାହ କରିଥିଲେ।ମୁନାଙ୍କର ଦୁଇ ପୁଅ ଝିଅ ଅଛନ୍ତି।ପରିବାର ର ସୁଖ ଓ ଅର୍ଥ ର ଅଭାବ ଦୂର କରିବା ପାଇଁ ତିରୁପତି ଯାଇ ସେଠାରେ ଗାଡି ଚଳାଇବା ପାଇଁ ଗତ ୦୧.୦୯.୨୦୨୪ ତାରିଖ ଦିନ ନିଜ ସ୍ତ୍ରୀଙ୍କୁ କହି ଯାଇଥିଲେ କିନ୍ତୁ ଆଠ ଦିନ ପରେ ସ୍ତ୍ରୀ ପିଙ୍କିର ମୋବାଇଲ ରୁ ୪୫୦୦ଟଙ୍କା ପଠା ଯାଇଥିଲା ।କିନ୍ତୁ ପରବର୍ତ୍ତୀ ସମୟରେ କେହି ଜଣେ ଯୁବକ ମୁନାଙ୍କୁ ସିକାନ୍ଦରାବାଦ ରୁ ଟ୍ରେନ ରେ ବସାଇ ବ୍ରହ୍ମପୁର କୁ ପଠାଇଛି ବୋଲି ଫୋନରେ କହିଲେ,ବର୍ତ୍ତମାନ ପ୍ରଯ୍ୟନ୍ତ ମୁନା ଘରକୁ ଫେରି ନାହାନ୍ତି କି ତାଙ୍କ ସହ ଯୋଗାଯୋଗ ହୋଇପାରୁନି।ସେ ବ୍ୟବହାର କରୁଥିବା ମୋବାଇଲ ନମ୍ବରଟି ବନ୍ଦ ହୋଇଛି।ଆଜକୁ ଏକ ମାସ ବିତି ଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳୁନି ,ଏ ସଂକ୍ରାନ୍ତ ରେ ଭଞ୍ଜନଗର ଥାନାରେ ମୁନାଙ୍କ ଶଶୁର କୃଷ୍ଣ ବିଷୋୟୀ ଭଞ୍ଜନଗର ଥାନାରେ ଏକ ନିଖୋଜ ହୋଇଥିବା ଏତଲା ଦାଏର କରିଛନ୍ତି।ଏହା ସହିତ ମୁନାଙ୍କ ସ୍ତ୍ରୀ ସମସ୍ତ ସମ୍ବାଦିକ ବନ୍ଧୁ ମାନଙ୍କୁ ଓ ଜନ ସାଧାରଣଙ୍କୁ ଦୟା କରି ତାଙ୍କ ସ୍ୱାମୀଙ୍କୁ ଖୋଜିବା ରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।ଯଦି କୌଣସି ସହୃଦୟବାନ ବ୍ୟକ୍ତି ମୁନାଙ୍କ ବିଷୟରେ ଜାଣିବେ ତା ହେଲେ ଏହି ୭୬୮୪୮୪୫୧୧୯ମୋବାଇଲ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ |