ନୂଆପଡ଼ା ଜିଲ୍ଲା ଖଡିଆଳ ନିୟନ୍ତ୍ରଣ ବଜାର କମିଟି ପରିସର ମଧ୍ୟରେ ମଣ୍ଡି ଖୋଲିଲା, ୨୦୨୪-୨୫ ଖରିଫ ଧାନ ସଂଗ୍ରହ ଆରମ୍ଭ
ଖଡ଼ିଆଳ, (ଯୁଗାବ୍ଦ ନ୍ୟୁଜ):ନୂଆପଡା ଜିଲ୍ଲା ଖଡିଆଳ ନିୟନ୍ତ୍ରଣ ବଜାର କମିଟି ପରିସର ମଧ୍ୟରେ ମଣ୍ଡି ଖୋଲିଲା। ୨୦୨୪-୨୫ ଖରିଫ ପାଇଁ ଧାନ ସଂଗ୍ରହ ଆରମ୍ଭ ହୋଇଅଛି। ନିର୍ଦ୍ଧାରିତ ଏଫ୍ ଏ କ୍ୱେ ଧାନ ଆଣିବା ପାଇଁ ଚାଷୀ ଙ୍କୁ ଅନୁରୋଧ କରି ଥିବା ବେଳେ ଧାନ ଠିକ୍ ଦିଶୁଥିବା ବେଳେ ମେସିନ ରେ ମାନ ନିରୂପଣ କରି ଧାନ ସଂଗ୍ରହ ହେବ।ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଧାନ ସହାୟକ ମୂଲ୍ୟ ପ୍ରଦାନ ସାଙ୍ଗକୁ ବୋନସ ଏବଂ ଇନ ପୁଟ ସବସିଡି ବାବଦ କୁ ୮୦୦/- ଟଙ୍କା ମଧ୍ୟ ପ୍ରଦାନ ନେଇ ବ୍ୟବସ୍ଥା ରହିଅଛି। ଗତ ୮ ତାରିଖ ଦିନ ରାଜ୍ୟ ସ୍ତରୀୟ ଉଦ୍ଘାଟନ କାର୍ଯ୍ୟ କ୍ରମ ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବା ଶୁଭାରମ୍ଭ କରିବେ। ମଣ୍ଡି ଆରମ୍ଭ କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଏବଂ ଚାଷୀ ଅଜିତ କୁମାର ପଣ୍ଡା, ଖଡିଆଳ ସମବାୟ ସମିତି ନିର୍ବାହୀ ଅଧିକାରୀ ସୁମନ ମହାନ୍ତି ଏବଂ ସମବାୟ ସମିତି କର୍ମଚାରୀ ଅଶୋକ କୈବର୍ତ୍ତ ଯୋଗ ଦେଇଥିଲେ। ଧାନ ସଂଗ୍ରହ କାର୍ଯ୍ୟକୁ ସହାୟକ କରିବାକୁ କୃଷକ ଙ୍କୁ ଆହ୍ବାନ କରିଛନ୍ତି ।