ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଭିଡ
ନିମାପଡ଼ା,(ସନ୍ତୋଷ ଦାଶ):ବଙ୍ଗୋପସାଗର ରେ ସୃଷ୍ଟି ବାତ୍ୟା କେଉଁଠି ସ୍ଥଳ ଭାଗକୁ ଅତିକ୍ରମ କରିବ ଏ ଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ ବାତ୍ୟା ହେବ ବୋଲି ପ୍ରଚାର ହେବା ପରେ ନୟାହାଟ ବଜାରର ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପନିପରିବା ଦୋକାନ ରେ ଭିଡ଼ ଜମିଛି। ଲୋକଙ୍କ ଭିଡ଼ ଦେଖି ଦର ବଢ଼ାଇଛନ୍ତି ଅସାଧୁ ବ୍ୟବସାୟୀ । ଖୁଚୁରା ବ୍ୟବସାୟୀମାନେ ଆଳୁ କିଲୋ ପ୍ରତି ୪୦ /୫୦ଟଙ୍କା ରେ ବିକ୍ରି କରୁଥିବା ବେଳେ ପିଆଜ ଦର ୬୫/ ୭୦ ହୋଇଯାଇଛି। ଦର ବୃଦ୍ଧି ସମ୍ପର୍କ ରେ ପଚାରିଲେ ବେପାରୀଙ୍କ ଅଜବ ଉତ୍ତର । ବାତ୍ୟା ଆସୁଛି, ଆଳୁ, ପିଆଜ ଗାଡ଼ି ଆସିନପାରେ । ଯେତିକି ଅଛି ସେତିକିରେ ବେପାର କରୁଛୁ । ହଠାତ୍ ବେପାରୀମାନେ ମନଇଚ୍ଛା ଏମିତି ଦର ବଢ଼ାଇବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସବୁଦିନ ଭଳି ଆଜି ବି ନୟାହାଟ ବଜାରକୁ ଆଳୁ, ପିଆଜ ଗାଡ଼ି ଆସିଥିବା ଜଣାପଡ଼ିଛି । ଏହାସତ୍ତ୍ୱେ ବାତ୍ୟା ଆଳରେ କଳାବଜାରୀ ମାନେ ଦର ବୃଦ୍ଧି କରୁଛନ୍ତି। ଯୋଗାଣ ବିଭାଗ ନିଦା ବିଷ୍ଣୁ ସାଜିଥିବାରୁ ଖାଉଟି ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ରାଜ୍ୟ ସରକାର ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।