ପାଟପୁର ପୋଲିସ ପକ୍ଷରୁ ୨୦ ଏକର ଜମିରୁ ୨ କୋଟି ଟଙ୍କାର ଗଞ୍ଜେଇ ଗଛ କାଟିପୋଡ଼ି ନଷ୍ଟକଲା
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଟି ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦାମପୁର, କନ୍ଧ ଜକର, ବୁରେଇ ପାହାଡ଼ ଗ୍ରାମ ଅଞ୍ଚଳ ପାହାଡ଼ ଜଙ୍ଗଲରୁ ସୋମବାର ପାଟପୁର ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡ଼ି ନଷ୍ଟ କରାଇଥିବା ଜଣାପଡ଼ିଛି। ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକଙ୍କ ନେତୃତ୍ୱରେପାଟପୁର, ଶେରଗଡ଼, ବଡଗଡ,ବେଲଗାଁ ଏବଂ କୋଟିଁନଡ଼ା ଥାନା ଅଧିକାରୀ ସଦଳବଳେ ୨ ପ୍ଲାଟୁନ ପୋଲିସ ସହାୟତାରେ ଗ୍ରୀନ କ୍ଲୀନ୍ ଅଛିଯାନ ଜାରି ରହିଥିଲା । ସାନଖେମୁଣ୍ଡି ତହସିଲଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଦାମ ପୁର, କନ୍ଧ ଜକର୍ ଏବଂ ବରେଇ ପାହାଡ଼ ଅଞ୍ଚଳରୁ ପୋଲିସ ବାହିନୀ ପକ୍ଷରୁ ତନାଘନା କରି ପେଟ୍ରୋଲ ଚଳିତ କଟା ଯନ୍ତ୍ର ଦ୍ବାରା ବିସ୍ତୃତ ଅଞ୍ଚଳରୁ ଗଞ୍ଜେଇ ଗଛକୁ କାଟି ସଫା କରିଦେଇଥିଲେ । ଜିଲା ପୋଲିସ ଦ୍ବାରା ଏହି ଗଞ୍ଜେଇ କଟା ଅଭିଯାନରେ ଆଜି ପ୍ରାୟ ୨୦ ଏକର ଗଞ୍ଜେଇ ଚାଷ ଜମିରୁ ଏହି ଅଞ୍ଚଳରୁ ୨୨ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ କାଟି ପଦା କରିବା ସହ ସେଗୁଡିକୁ ନିଆଁ ଲଗାଇ ପୋଡି ଦିଆଯାଇଛି ।ନଷ୍ଟ କରାଯାଇଥିବା ଗଞ୍ଜେଇ ଫସଲର ଆନୁମାନିକ ମୂଲ୍ୟ ୨ କୋଟି ୨୦ ଲକ୍ଷରୁ ଅଧିକ ହେବା ନେଇ ଆସିକା ଏସ ଡି ପିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଦିବାସି ସଂପ୍ରଦାୟର ଲୋକମଙ୍କୁ ଗଞ୍ଜେଇ ଚାଷ ନିବୃତ ରହିବାପାଇଁ ପରାମର୍ଶ ଦେଇଛନ୍ତି।ଯୁବକ ଗୋଷ୍ଠି ମାନେ ସରକାରଙ୍କ ଯୋଜନାରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି ଜିଲା ପୋଲିସ ପକ୍ଷରୁ ଏହି ଗଞ୍ଜେଇ କଟା ଅଭିଯାନରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ନରେନ୍ଦ୍ର ଶିଆଳ, ବଡଗଡ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା, ବେଲ ଗାଁ ଥାନା ଅଧିକାରୀ ସ୍ମିତାଞ୍ଜଳୀ ପ୍ରଧାନ ଏବଂ କୋଟିଁନଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ସଦଳବଳେ ଉପସ୍ଥିତ ରହି ଗଞ୍ଜେଇ କଟା ଅଭିଯାନ ସଫଳ କରିଥିଲେ ।