ପାଣି ପଞ୍ଚାୟତ କମିଟି ସଭାପତିଙ୍କୁ ଆକ୍ରମଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧିନ ଓଡାସିଙ୍ଗି ଗ୍ରାମ ର ଶ୍ରୀ ଗୋପୀନାଥ ପାଣି ପଞ୍ଚାୟତ କମିଟି ସଭାପତି ଏସ୍ . ସହଦେବ ରେଡ୍ଡୀ ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ କରାଯାଇଥିବା ଜଣାପଡିଛି । ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୨ ଟାରେ ସହଦେବ ବାଇକ ଯୋଗେ ଝାଟିପିଟିଆ ଗ୍ରାମରୁ ଘରକୁ ଫେରୁଥିବା ବେଳେ କଲ୍ଯାଣପୁର ତୋଟା ଛକ ନିକଟରେ ଝାଟିପିଟିଆ ଗ୍ରାମର ରାମଚନ୍ଦ୍ର ପାତ୍ର ସମେତ ତାଙ୍କ ପୁଅ ଶୁଭମ ପାତ୍ର ଏବଂ ସୁରେନ୍ଦ୍ର ମଲିକ ସହଦେବଙ୍କ ବାଇକ କୁ ଅଟକାଇଥିଲେ । ଏହାପରେ ସେମାନେ ଜିତୁ ନାମକ ଯୁବକ କେଉଁଠାରେ ଅଛି ବୋଲି ତାଙ୍କୁ ପଚାରିଥିଲେ । ସେ ଜାଣିନଥିବା କହିବାରୁ ତାଙ୍କୁ ସେମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଆହତ ସହଦେବ ଙ୍କୁ ସ୍ଥାନୀୟ କିଛି ବ୍ୟକ୍ତି ଓ କଇଠଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଦେବହରି ଗୈାଡ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସହଦେବ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା କହିଛନ୍ତି।