ପାରଳାରେ ଠକ ହ୍ୟାକରଙ୍କ ଦ୍ୱାରା ହ୍ୱାଟ୍ସଆପରେ ଷ୍ଟେଟବ୍ୟାଙ୍କ ନାମରେ ମେସେଜ ନେଇ ସାଧାରଣରେ ଆତଙ୍କ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ହ୍ବାଟ୍ସଆପରେ ଠକ ଓ ହ୍ୟାକରଙ୍କ ମେସେଜ ନେଇ ସହରରେ ଆତଙ୍କ ସୃଷ୍ଟି ହୋଇଛି. ଘଟଣାରୁ ପ୍ରକାଶ, ଗତ କିଛିଦିନ ହେଲା ବିଭିନ୍ନ ଲୋକଙ୍କୁ ହ୍ବାଟ୍ସଆପ ମାଧ୍ଯମରେ ଷ୍ଟେଟବ୍ୟାଙ୍କ ନାମରେ ଏକ ମେସେଜ ଏବଂ ଏକ ଲିଙ୍କ ଆସୁଛି । ଏହାକୁ ଖୋଲିବା ମାତ୍ରେ ହ୍ବାଟ୍ସଆପ ହ୍ୟାକ ହେବା ସହ ମାତ୍ରେ ହ୍ବାଟ୍ସଆପ ଉକ୍ତ ବ୍ୟକ୍ତି ଯେତେ ଗ୍ରୁପରେ ସଦସ୍ୟ ରହିଛନ୍ତି ସମସ୍ତ ଗ୍ରୁପକୁ ଏହି ମେସେଜ ଚାଲିଯାଉଛି । ପ୍ରତିଟି ଗ୍ରୁପର ନାମକରଣ ଆପେ ଆପେ ପରିବର୍ତ୍ତନ ହେବା ସହ ଷ୍ଟେଟବ୍ୟାଙ୍କ ଏନ ଗ୍ରୁପ ବୋଲି ନାମକରଣ ହେବା ସହ ସେଥିରେ ଥିବା ଥୂବା ଗ୍ରୁପ ଲୋଗୋରେ ଷ୍ଟେଟବ୍ୟାଙ୍କ ଏନ ବୋଲି ପରିବର୍ତ୍ତନ ହୋଇଯାଉଛି । କେହି କିଛି ଜାଣିବା ପୂର୍ବରୁ ଏହି ମେସେଜ ସମସ୍ତ ଗ୍ରୁପକୁ ବ୍ୟାପିବା ସହ ହ୍ବାଟ୍ସଆପ ବ୍ୟବହାର ଅନୁପଯୋଗୀ ହେଇଯାଉଛି । ଏହାକୁ ଡିଲିଟ କରି ପୁଣିଥରେ ଇନଷ୍ଟାଲ କଲେ ମଧ୍ୟ ଷ୍ଟେଟବ୍ୟାଙ୍କର ଲୋଗୋ ଏବଂ ନାମକରଣ ହୋଇ ରହୁଛି । ପାରଳାଖେମୁଣ୍ଡି ସହରର କିଛି ଜଣାଶୁଣା ପୁଲିସ କର୍ମଚାରୀ, କିଛି ସମାଜସେବୀଙ୍କ ମୋବାଇଲ ଗ୍ରୁପରେ ପ୍ରବେଶ କରିବା ସହ ସାଧାରଣ ଲୋକଙ୍କୁ ଘାଣ୍ଟି ସାରିଲାଣି । ଏସମ୍ପର୍କରେ ଗଜପତି ଆରକ୍ଷୀ ଅଧୀକ୍ଷକ ଜତିନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା ବେଳେ ସେ କହି ଛନ୍ତି ଯେ, ଏନେଇ ସେ ଖବର ପାଇଛନ୍ତି । ବିଭାଗ ପକ୍ଷରୁ ଏହାକୁ ଟ୍ରାକ କରାଯାଉଛି । କୌଣସି ବ୍ୟକ୍ତି ନିଜ ମୋବାଇଲରେ ଆସୁଥିବା ଅନାବଶ୍ୟକ ଏବଂ ଅଜଣା ବାର୍ଭାକୁ ଏଭଳି କ୍ଲିକ କରନ୍ତୁ ନାହିଁ । ନଚେତ ଏଭଳି ହ୍ୟାକର ମାନେ ଲୋକଙ୍କ ଅର୍ଥକୁ କ୍ଷଣକ ମଧ୍ଯରେ ଲୁଟିନେବେ ବୋଲି ଏସପି ଶ୍ରୀ ପଣ୍ଡା ପ୍ରକାଶ କରି ସମସ୍ତଙ୍କୁ ଏନେଇ ସଜାଗ ରୁହନ୍ତୁ ବୋଲି ଜଣାଇଛନ୍ତି ।