ପିପୁଲସ କଲେଜରେ ୫୩ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା
ବୁଗୁଡା,(ଅନିଲ କୁମାର ମହାରଣା): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ୫୩ ତମ ଦୁଇ ଦିନିଆ ପୁରୁଷ କବାଡ଼ି ପ୍ରତିଯୋଗିତା ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜ ପକ୍ଷରୁ ଅକ୍ଟୋବର ୨୯ ତାରିଖ ଦିନ ଆୟୋଜିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକ କ୍ରୀଡା ପତାକା ଉତ୍ତୋଳନ କରି ପୁରୁଷ କବାଡ଼ି ପ୍ରତିଯୋଗିତା ଉଦଘାଟନ କରିଥିଲେ। ଶାନ୍ତି ଶୃଙ୍ଖଳା ସହ ସମସ୍ତ କ୍ରୀଡ଼ାବିତମାନେ ଖେଳିବା ପାଇଁ ପ୍ରିନ୍ସପାଲ ପ୍ରଫେସର ନାୟକ ପରାମର୍ଶ ଦେଇଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ପୋର୍ଟସ ଆସୋସିଏସନ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ପୋର୍ଟସ କାଉନସିଲ ସଦସ୍ୟ ରାଜେଶ କୁମାର ମହାନ୍ତି, ପିଇଓ ରବି ଚରଣ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ସୁଧାକର ବିଷୋୟୀ, ପିଇଟି କ୍ରୀଷ୍ଣା ରାଓ ପାତ୍ର ଓ ଏମ ଏସ ଦୋରା ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟର ଓ ବିଶ୍ୱବିଦ୍ୟାଳୟ ର ୨୭ ଗୋଟି ପୁରୁଷ କବାଡ଼ି ଟିମ ଅଂଶ ଗ୍ରହଣ କରିଛନ୍ତି। ଉଦଘାଟନୀ ମ୍ୟାଚ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ଡିପାର୍ଟମେଣ୍ଟ ଓ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରିଫେରି ଭାବେ ଶ୍ରୀକର କୁମାର ମାଝୀ ଏବଂ ସ୍କୋରେର ଭାବେ ରାଜେଶ କୁମାର ପ୍ରଧାନ ଓ ରବୀନ୍ଦ୍ର କୁମାର ବେହେରା କାର୍ଯ୍ୟ ସମ୍ପାଦନା କରିଥିଲେ।