ପୂର୍ବ ଶତ୍ରୁତା ନେଇ ଗୋଷ୍ଠୀ ସଂଘର୍ଷ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାଜଗନ୍ନାଥ ପ୍ରସାଦ ଥାନା ଅଲାଡ଼ି ଗ୍ରାମ ପଂଚାୟତ ରେ ଗୋଷ୍ଠୀ ସଂଘର୍ଷ । ଏହି ଗୋଷ୍ଠି ସଂଘର୍ଷରେ ଚାରିଜଣ ଆହତ ହୋଇ ଥିବା ଖବର ମିଳିଛି l ପୂର୍ଵ ଶତ୍ରୁତା ଓ ମଦ ବେପାର କୁ ନେଇ ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ତଦନ୍ତ ରୁ ପୋଲିସ ସୂଚନା ଦେଇଛି l ଅଲାଡ଼ି ଗ୍ରାମ ର ପୂର୍ଵତନ ସରପଞ୍ଚ ଦିଗାମ୍ବର ସାସମଲ (ପିଣ୍ଟୁ )ଓ ବସନ୍ତ ଗୌଡ଼ ଭୁବନେଶ୍ୱର ରୁ ନିଜ ଗ୍ରାମକୁ ଫେରୁଥିଲେ । ଠିକି ଏହିସମୟରେଅଲାଡି ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ନିକଟରେ ପୂର୍ଵ ରୁ ଯୋଜନା ମୁତାବକ ସୁଧୀର ପୋଲାଇ ଓ ଭଞ୍ଜ ଡାକୁଆ ଓ ସହଯୋଗି ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।ଘଟଣା ଟି ଏତେ ବଢ଼ି ଯାଇଥିଲା ଜେ ତେବେ ଏହି ଯୁକ୍ତିତର୍କ ନେଇଥିଲା ଉଗ୍ର ରୂପ । ମାର ପିଟ ପରେ ରକ୍ତାକ୍ତ ହୋଇ ଉଠିଥିଲେ ତେବେ ଖବର ସଂଗ୍ରହ ସୁଦ୍ଧା ପିଣ୍ଟୁ ଓ ବସନ୍ତ ଗୁରୁତର ଅବସ୍ଥା ରେ ମେଡିକାଲ ରେ ପହଂଚି ଥିବା ବେଳେ ଡାକ୍ତର ଦୁହିଁଙ୍କୁ ବ୍ରହ୍ମପୁର ମେଡିକାଲ ସ୍ତାନାନ୍ତ ର କରିଛନ୍ତି ଓ ସୁଧୀର ଓ ଭଞ୍ଜ ସ୍ଥାନୀୟ ମେଡିକାଲ ରେ ଚିକିତ୍ସା ହୋଇ ଥାନା ରେ ରଖି ପୋଲିସ ପଚରା ଉଚରା କରୁଥିବା ସୂଚନା ମିଳିଛି l ଶେଷ ସୁଦ୍ଧା ଥାନାରେ ଉଭୟ ପକ୍ଷରୁ ଏତଲା ହୋଇ ନଥିବା ସୂଚନା ମିଳିଛି l