ପେନ୍ ଚାକ ସିଲଟରେ ଓଡ଼ିଶାକୁ ସ୍ଵର୍ଣ୍ଣ ଦେଲେ କରଞ୍ଜିଆ ବିବେକାନନ୍ଦ ସ୍କୁଲର ଛାତ୍ର ଦେବାଙ୍କ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା ତଥାର କରଞ୍ଜିଆ ଗୌରବ ବଢାଇଲେ କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ର ଶ୍ରୀମାନ ଦେବାଙ୍କ ସ୍ବାଇଁ । କରଞ୍ଜିଆର ଦେବାଙ୍କ ସ୍ଵାଇଁ ଗତ ନଭେମ୍ବର ୧୯-୨୨ ତାରିଖ ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀରର ଶେରଏ -କାଶ୍ମୀର ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ୧୨ତମ ଜାତୀୟ ପେନ୍ ଚାକ ସିଲଟ ପ୍ରତିଯୋଗିତାରେ ଓଡିଶା ଦଳକୁ ପ୍ରତିନିଧିତ୍ଵ କରି ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି।ପାଞ୍ଚପିଢ଼ ଉପଖଣ୍ଡ ଅନ୍ତର୍ଗତ ରରୁଆଁ ନିବାସୀ ଅଜିତ କୁମାର ସ୍ୱାଇଁ ଓ ରାଜସ୍ମିତା ସ୍ଵାଇଁଙ୍କ ସୁପୁତ୍ର ଦେବାଙ୍କ କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଚତୁର୍ଥ ଷ୍ଟାଣ୍ଣାର୍ଡ ରେପାଠ ପଢିବା ସହ ସ୍ପୋର୍ଟସ କରାଟେ ଏକାଡେମୀ କରଞ୍ଜିଆ ରେ ମାର୍ଶାଲ ଆର୍ଟର ପ୍ରଶିକ୍ଷଣ ନେଉଛନ୍ତି। ଉଦୀୟମାନ ଖେଳାଳି ଦେବାଙ୍କ ଏହି ସଫଳତା ପାଇଁଁ କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ବିଷ୍ଣୁ କୁମାର ଅଗ୍ରୱାଲ ଓ କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧକ୍ଷ୍ୟ ହିମାଂଶୁ ଶେଖର ଘଡେ଼ଇ ଓ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀ ଏବଂ ସ୍କୁଲର ଛାତ୍ର ଛାତ୍ରୀ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତିି। ସଫଳତା ପାଇଁଁ ଶିକ୍ଷାର୍ଥୀ ତଥା ବନ୍ଧୁ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।