ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ବ୍ରିଜ ପାର୍ଶ୍ଵ କୁ ଖସିଗଲା କାର । କାର ରେ ଥିବା ୪ ଯାତ୍ରୀ ନିଶ୍ଚିତ ମୃତ୍ୟୁ ମୁଖ ରୁ ଅଳ୍ପକେ ବର୍ତୀ ଯାଇଛନ୍ତି । ନୂଆ ବର୍ଷ ପାଳନ ନିମନ୍ତେ ନବରଙ୍ଗପୁର ସହର ସେନାପତିସାହି ର ବରୁଣ କୁମାର ନାୟକ ପରିବାର ସହ ମିଶି ୪ ଜଣ କୋରାପୁଟ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦେଓମାଳି ପରିଦର୍ଶନ ରେ ଯାଇଥିଲେ । ତେବେ ବିଳମ୍ବିତ ରାତିରେ ନବରଙ୍ଗପୁର ନିଜ ଘରକୁ ଫେରୁଥିଲେ । ବରୁଣ ନିଜେ ଗାଡି ଚାଳନା କରୁଥିଲେ ତେବେ ନବରଙ୍ଗପୁର ସହର ପହଞ୍ଚିବା ପାଇଁ ମାତ୍ର ୩ କିଲୋମିଟର ଥିବା ବେଳେ ସହର ସୀମା ଆରମ୍ଭରେ ଅବସ୍ଥିତ ଇନ୍ଦ୍ରାବତୀ ପୋଲ ନିକଟରେ ହଠାତ ତାଙ୍କ ଆଖି ଲାଗିଯାଇଥିଲା । ଫଳରେ ଗାଡି ଟି ବ୍ରିଜରୁ 50 ଫୁଟ ତଳକୁ ଖସି ଯାଇଥିଲା l ସୌଭାଗ୍ୟ ବଶତଃ କୌଣସି ଯାତ୍ରୀ ଙ୍କ ଜୀବନ ଉପରେ କୌଣସି ପ୍ରଭାବ ପକାଇ ନଥିବା ବେଳେ ସମସ୍ତେ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ନବରଙ୍ଗପୁର ଅଗ୍ନିଶମ ବାହିନୀ ଟିମ ପହଂଚି ଗାଡ଼ିରୁ ସମସ୍ତ ଆହତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ତେବେ ନିଶ୍ଚିତ ମୃତ୍ୟୁ ମୁଖ ରୁ ବର୍ତୀ ଯାଇଥିବା ଆହତ ମାନେ ପ୍ରକାଶ କରିଛନ୍ତି ।