ପୌର ନିର୍ବାହୀ ଅଧିକାରୀ ଭାବେ ପ୍ରବୋସନାରୀ ଆଇଏଏସଙ୍କ ଦାୟିତ୍ବ ଗ୍ରହଣ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ବ ନେଲେ ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୨୩ ବ୍ୟାଚର ଆଇଏଏସ ଅଫିସର ଦାସ ଆସନ୍ତା ୩ ସପ୍ତାହ ଅର୍ଥାତ୍ ୧୭ ନଭେମ୍ବର ପର୍ଯ୍ୟନ୍ତ ଏଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ । ସୋମବାର ଆଇଏଏସ ପ୍ରଣିତା ଦାସ ଙ୍କୁ ପୌର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌର ସହକାରୀ ଯନ୍ତ୍ରୀ ମୁକେଶ କୁମାର, ଯନ୍ତ୍ରୀ ମାନସ କୁମାର ଦାସ ପ୍ରମୁଖ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଅନ୍ୟ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଆଇଏଏସ ଦାସ ପୌର ପରିଷଦର ବିଭିନ୍ନ ଉନ୍ନୟନ କାମ ଉପରେ ପଚାରିଥିଲେ । ପୌରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ଆଧୁନିକ ଶ୍ମଶାନ, ବିଭିନ୍ନ ରାସ୍ତା ଓ କୋଠା ପରିଦର୍ଶନ କରିଥିଲେ। ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଓ ଓ୍ବାର୍ଡ ସଭ୍ୟା ସଭ୍ୟ ନୂତନ ପୌର ଅଧିକାରୀ ପ୍ରଣିତା ଦାସ ଙ୍କୁ ସ୍ବାଗତ ଜଣାଇଥିଲେ।