ପ୍ରାଚୀ ଗୁରୁ ଧର୍ମକ୍ଷେତ୍ରରେ ଷୋଳ ପୂଜା
ନିମାପଡ଼ା,(ସନ୍ତୋଷ ଦାଶ):ନୟାହାଟ ସ୍ଥିତ ସର୍ବଧର୍ମ ସମନ୍ୱୟର ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର (ନୂଆମଠ)ର ଅଧିଷ୍ଠାତ୍ରୀ ଦେବୀ ମା ଶ୍ୟାମା କାଳୀ ଓ ଦକ୍ଷିଣକାଳୀଙ୍କ ଷୋଡଶ ଦିନତ୍ମକ ପାର୍ବଣ ପୂଜା ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନ ରେ ମୂଳାଷ୍ଟମୀ ରୁ ଆରମ୍ଭ ହୋଇ ଗତକାଲି ମହାଷ୍ଟମୀ ତିଥି ରେ ସମାପନ ହୋଇଯାଇଛି। ପ୍ରତ୍ୟେକ ଦିନ ମା ‘ଙ୍କ ପାଖରେ ପହିଲି ଭୋଗ, ରାଜ ଭୋଗ, ଓ ପଣା ଭୋଗ କରାଯାଇଥିଲା।ଗୋଟିଏ ଛାତ ତଳେ ମା ଶ୍ୟାମା କାଳୀ ଓ ଦକ୍ଷିଣ କାଳୀ ଙ୍କ ଦର୍ଶନ ପାଇଁ ଏହି ପୂଜା ସମୟ ରେ ବହୁ ସଂଖ୍ୟା ରେ ଭକ୍ତ ଙ୍କ ସମାଗମ ଘଟିଥିଲା। ବ୍ରାହ୍ମଣ ପୁରୋହିତ ଙ୍କ ଦ୍ୱାରା ଅଷ୍ଟମୀ ଦିନ ହୋମ ଯଜ୍ଞ ଓ ଅଖଣ୍ଡ ଭଜନ କରାଯିବାପରେ ଶେଷରେ ପାଣି କଖାରୁ ବଳି ଦିଆଯାଇଥିଲା। ଡାକ୍ଟର ରତ୍ନାକର ମହାନ୍ତି, ନୀଳମଣି ସାହୁ, ମହେଶ ସାହୁ, ପ୍ରୀତିରଞ୍ଜନ ଦାସ, ଅଭୟ ରାୟ, ପ୍ରତାପ ବିଶ୍ୱାଳ, ବ୍ରଜବନ୍ଧୁ ସାହୁ,ସତ୍ୟବାଦୀ ଦାସ, ଜୟକୃଷ୍ଣ ଲେଙ୍କା ସୁରେନ୍ଦ୍ର ପାତ୍ର, ରବୀନ୍ଦ୍ର ଦାଶ ଓ ତ୍ରିଲୋଚନ ରାୟ ପ୍ରମୁଖ ମହାଷ୍ଟମୀ ପୂଜା ଉତ୍ସବ କୁ ପରିଚାଳନା କରିଥିଲେ । ବାବାଜୀ ବିବେକାନନ୍ଦ ଦାସ, ପୂର୍ଣ୍ଣାନନ୍ଦ ଦାସ, ସୁକାନ୍ତ ଖଟଇ, ଶ୍ରୀଚରଣ ସ୍ୱାଇଁ ପ୍ରମୁଖ ମା ଙ୍କ ନିକଟରେ ଭଜନ ଗାନ କରିଥିଲେ।