ଫୁଟବଲ ପ୍ରତିଯୋଗିତାର ଜର୍ସି ଉନ୍ମୋଚନ ସମାରୋହ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବହୁ ବର୍ଷର ଅନ୍ତ ପରେ ଫୁଟବଲର ଗୌରବମୟ ଐତିହ୍ୟକୁ ଫେରାଇ ଆଣିବା ପାଇଁ ଏମକେସି ହାଇସ୍କୁଲର ପୁରାତନ ଛାତ୍ର ସଂସଦ ପକ୍ଷରୁ ଡିସେମ୍ବର ୧୭ ଓ ୧୮ ତାରିଖ ଦିନ ବାରିପଦା ଷ୍ଟାଡିୟମରେ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଭା ସମ୍ପନ୍ନ ଛାତ୍ରଙ୍କୁ ନେଇ ଆନ୍ତଃ କ୍ଲାସ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହେବାକୁ ଥିବା ବେଳେ, ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସନ୍ତୀ ଟୁଡୁଙ୍କ ପୌରହିତ୍ୟରେ ଓ ପୁରାତନ ଫୁଟବଲ ଖେଳାଳୀ ପ୍ରଦୀପ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଫୁଟବଲ ଖେଳାଳୀ ଛାତ୍ର ମାନଙ୍କ ଦ୍ବାରା ଜର୍ସି ଉନ୍ମୋଚନ ସମାରୋହ ସ୍କୁଲ କେମ୍ପସରେ ଅନୁଷ୍ଠିତ ହୋଇ ଯାଇଛି. ଏହି ଉତ୍ସବରେ ସଂସଦର ସଭାପତି ପୂର୍ଣେନ୍ଦୁ ଦାସ, ଉପସଭାପତି ଡ. ଅକ୍ଷୟ ଅଗ୍ରୱାଲ, ଉପଦେଷ୍ଟା ମାନସ ଷଡ଼ଙ୍ଗୀ, ସହ ସମ୍ପାଦକ ରବୀନ୍ଦ୍ର ସାହୁ, ବରିଷ୍ଠ ପୁରାତନ ଛାତ୍ର ଅମୂଲ୍ୟ ମିଶ୍ର, ହରିଶ ଷଡ଼ଙ୍ଗୀ, ଅନନ୍ତ ଦାଶ, ଅନ୍ତର୍ଯ୍ୟାମୀ ସାହୁ, ଅଶ୍ଵିନୀ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିବା ବେଳେ ଯୁବ ଶିକ୍ଷକ ଶାନ୍ତନୁ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ. ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଥିବା ଆନ୍ତଃ କ୍ଲାସ ଅମଲେନ୍ଦୁ ଦାସ ଓ ବିନୟ ବାନାର୍ଜୀ ମେମୋରିଆଲ ଶିଲ୍ଡ ଫୁଟବଲ ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ବାରିପଦାର ଖେଳ ପ୍ରେମୀ ମାନଙ୍କ ସହଯୋଗ କାମନା କରା ଯାଇଛି.