ବଉଳ ଅମାବାସ୍ୟା

ବସନ୍ତ ଆସିନି
ଶୀତ ଯାଇନାହିଁ
ବଉଳ ମଝିରେ ଉଭା,
ଆସିଛି ଯେତିକି
ରହିଛି ସେତିକି
ଋତୁଚକ୍ରେ ଶୀତ ଶୋଭା ।

ଶୀତକୁ ନଡରି
ଆସେ ପୂର୍ବ ପରି
ଅମାବାସ୍ୟାରେ ବଉଳ,
ପଉଷ ମାସରୁ
ଦିନ ବଢୁଥାଏ
କୁହୁଡି ଢାଙ୍କେ ଚଦର ।

ଏମନ୍ତ ସମୟେ
ଆମ୍ର ବୃକ୍ଷ ପୂଜେ
ପଲ୍ଲୀବଧୂ ହରସରେ,
ଆମ୍ବର ବଉଳ
ଗଇଁଠା ପିଠାକୁ
ନୈବେଦ୍ୟ ବାଢେ ପୂଜାରେ ।

ପ୍ରକୃତି ପୂଜାରେ
ବୃକ୍ଷ ହିଁ ଦେବତା
ବର୍ଣ୍ଣିତ ଅନନ୍ତ କାଳୁ,
ଲଢେଇ ଚାଲିଛି
ପ୍ରକୃତି ମଣିଷ
ଅନ୍ତ କେବେ ମନେ ଭାଳୁ ।

ଆମ୍ବ ଗଛ ପୂଜୁ
ଲିମ୍ବ ବେଲ ପୂଜୁ
ଅଅଁଳା ତୁଳସୀ ପୂଜୁ,
ଯେତେ ରହିଗଲେ
ତାଙ୍କ ଗୁଣ ଅଛି
ନଚିହ୍ନି ତୁ ତାଙ୍କୁ ତେଜୁ ।

ପତ୍ର ଫୁଲ ଫଳ
ଛେଲି ଚେର ମୂଳ
ସବୁ ଔଷଧରେ ପୂର୍ଣ୍ଣ,
ଆଜିର ବଉଳ
ଅମାବାସ୍ୟା କହେ
ଚିହ୍ନ ବୃକ୍ଷ ସେବା ଜ୍ଞାନ ।

ଗଦାଧର ସାହୁ,
ବ୍ରହ୍ମଗିରି, ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ