ବଞ୍ଚୋ ରେ ଆମ ପୁଲିସ ସମିତି ବୈଠକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ
ହାଟଡିହି, (ବିକାଶ ବିଶ୍ୱାଳ):ବଞ୍ଚୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆନନ୍ଦପୁର ଥାନା ଆଇ ଆଇ ସି ଲକ୍ଷ୍ମୀକାନ୍ତ ପ୍ରଧାନ, ଏ ଏସ ଆଇ ଅଜିତ କୁମାର ବାନରା ପ୍ରମୁଖ ଯୋଗଦେଇ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଦୂରତା ନରହି ସମ୍ପର୍କ ନିବିଡ଼ ହେବା ଉଚିତ ବୋଲି ମତବ୍ୟକ୍ତ କରିଥଲେ। ବିଶେଷକରି ମୋବାଇଲ ର ଅପ ବ୍ୟବହାର ଦ୍ଵାରା ଆଜିର ଯୁବପିଢି କିପରି ବିପଥଗାମୀ ହେଉଛି ତାହା ଉପରେ ସମସ୍ତେ ତର୍ଜମା କରିବ ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଗତ ଜୁଲାଇ ମାସରୁ ନୂଆକରି ଲାଗୁ କରାଯାଇଥିବା ଭାରତୀୟ ନ୍ୟାୟ ସଂହିତା ଉପରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। ଏଥିରେ ନାଏବ ସରପଞ୍ଚ ବାସନ୍ତୀ ବେହେରା, ମାର୍କଣ୍ଡ ଚରଣ ଓଝା , ମନୋରଞ୍ଜନ ବରାଳ , କୀର୍ତ୍ତନ ନାୟକ , ଅଜୟ ବରାଳ, ନନ୍ଦ କିଶୋର ବେହେରା, ଅକ୍ଷୟ ଖଟୁଆ, ଦୟାନିଧି ରାଉତ, ସନାତନ ଓଝା, ମଦନ ମୋହନ ପାଢ଼ୀ, ପ୍ରମୋଦ ରାଉତ, ହୃଷୀକେଶ ପରିଡ଼ା, ଘନଶ୍ୟାମ ଖଣ୍ଡା, ଅଲେଖ ବେହେରା, ଶ୍ରୀକାନ୍ତ ଜେନା, ପ୍ରମିଳା ବରାଳ, ଗୀତାଞ୍ଜଳି ବରାଳ, ଲିପିକା ମିଶ୍ର, ଯଶୋଦା ରାଉତଙ୍କ ସମେତ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦେଇଥିଲେ।