ବତୀଘର ପାଖ ବେଳାଭୂମିରେ କାଇଟ୍ ସର୍ଫିଂ କଲେ ଜାଣିବା ଖେଳାଳି

ପାରାଦୀପ,(ୱାଏନଏସ):ଓଡିଶା ୟାଚିଂ କ୍ଲବ ପକ୍ଷରୁ ରବିବାର ପାରାଦୀପ ବତୀଘର ପାଖ ସମୁଦ୍ରରେ ୪ ଜଣ ଜାତୀୟ ଖେଳାଳି କାଇଟ୍ ସର୍ଫିଂ କରିଛନ୍ତି।ଆଗାମୀ ଦୁଇ ଦିନରେ ଅନ୍ୟ ଜଳକ୍ରୀଡା ଯଥା ଓ୍ବିଣ୍ଡ୍ ସର୍ଫିଂ, ସେଲିଂ ଆଦି ଖେଳ କରିବେ।ଏହି ଜଳକ୍ରୀଡା ପାରାଦୀପ ବତୀଘର ପାଖରେ ପ୍ରଥମ କରି କରାଯାଇଛି।ଉପକୂଳ ଓଡିଶାର ପିଲାମାନଙ୍କୁ ଏପରି ଜଳକ୍ରୀଡା ମାଧ୍ୟମରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ୟାଚିଂ କ୍ଲବ ସଭାପତି କ୍ୟାପଟେନ ସରୋଜ ପ୍ରଧାନ କହିଛନ୍ତି।ଯେଉଁ ୪ ଜଣ ଖେଳାଳି କାଇଟ୍ ସର୍ଫିଂ କରିଥିଲେ ସେମାନେ ହେଲେ କଳାହାଣ୍ଡି ଭବାନୀପାଟଣା ଅଞ୍ଚଳର ନରେଶ ମଙ୍ଗରାଜ ଓ ଲୀନାରାଣୀ ଗଙ୍ଗଦେବ।କଟକର ଦୁଇ ହେଲେ ବାଶାଖା ରାୟ ଓ ସୌମ୍ୟଜିତ୍ ରାୟ।ଓଡିଶା ୟାଚିଂ କ୍ଲବ ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ସ୍କୁବା ଡାଇଭର ସବୀର ବକ୍ସ,ପ୍ରଶିକ୍ଷକ ସଞ୍ଜୟ କୁମାର କର, କ୍ଲବ ଉପସଭାପତି ଗତିକୃର୍ଷ୍ଣ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ