ବନକଲାଗି ସେବା
ଆସ ଦତ୍ତ ମହାପାତ୍ରେ
ଆଜି ବୁଧବାର
ବନକଲାଗି ହୋଇବେ
କାଳିଆ ଠାକୁର ।
ମାସକରେ ଦୁଇ ଥର
ବୁଧ ଗୁରୁବାରେ,
ଶ୍ରୀମୁଖ ଶୃଙ୍ଗାର ହେବେ
ଚାରୋଟି ରଙ୍ଗରେ ।
ଧଳା ହଳଦିଆ କଳା
ନାଲି ରଙ୍ଗ ନେଇ,
ଝୁଣା କର୍ପୁର କେଶର
କସ୍ତୁରୀ ମିଶାଇ ।
ରାସାୟନିକ ନ ଆଣି
ପ୍ରାକୃତିକ ରଙ୍ଗେ,
ବନ ସମୁଦ୍ରୁ ସଂଗ୍ରହ
ବୈଦିକର ମାର୍ଗେ ।
ଶଙ୍ଖ ଚୂର୍ଣ୍ଣେ ଧଳାରଙ୍ଗ
ନାଲି ହିଙ୍ଗୁଳରୁ,
ହଳଦିଆ ହରିତାଳୁ
କଳାକୁ ଦୀପରୁ।
ଏହା ସାଥେ ମିଶାଇବ
କର୍ପୂର କେଶର,
ଝୁଣା ସହିତ କସ୍ତୁରୀ
ତ୍ତ୍ବରା ଶ୍ରୀମୁଖର ।
ଗୁପ୍ତ ନୀତି ମାର୍ଗେ ଯାଇ
ରତ୍ନସିଂହାସନେ,
ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଅଙ୍ଗେ
ପ୍ରଲେପ ସଜତ୍ନେ ।
ଶ୍ରୀମୁଖ ଝଲସୀ ଉଠେ
ବିନା ଅଳଙ୍କାରେ,
ବିଜେ କରିବେ ମଣିମା
ଲକ୍ଷ୍ମୀଅନ୍ତ ପୁରେ ।
ଏହି ଆମ ବେଶ ପ୍ରିୟ
ଜଗନ୍ନାଥଙ୍କର,
ତାଙ୍କ ନୀତି ଆପଣଉ
ଗଲେ ବନ୍ଧୁଘର ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ, ବ୍ରହ୍ମଗିରି,ପୁରୀ