ବନ୍ଧୁକ ଦେଖାଇ ଅନଲାଇନ ସପିଂ ସଂସ୍ଥା ଅଫିସରେ ଲୁଟ
ନିମାପଡ଼ା,(ସନ୍ତୋଷ ଦାଶ):ଗତ କିଛି ଦିନ ହେବ ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗଙ୍କ ପାଦୃଭାବ ବୃଦ୍ଧି ପାଇ ଥିଲେ ମଧ୍ୟ ସ୍ଥାନୀୟ ପୋଲିସ ନିଦା ବିଷ୍ଣୁ ସାଜିଛି। ଫଳରେ ଜନ ସାଧାରଣ ଓ ବ୍ୟବସାୟୀ ମାନେ ଆତଙ୍କିତ ହୋଇ ପଡିଛନ୍ତି। ଗତ କିଛି ଦିନ ତଳେ କୁଣ୍ଢେଇ ବଜାରର ଜଣେ ସୁନା ଦୋକାନୀଙ୍କୁ ଗୁଳି ମାଡ଼ କରି ଲୁଟେରା ମାନେ ଫେରାର ହୋଇଯାଇଥିବା ବେଳେ ଗତକାଲି ବଲରା ସ୍ଥିତ ଏକ ଅନଲାଇନ ସପିଙ୍ଗ ସଂସ୍ଥା ଅଫିସ ରେ ପଶି ଦୁବୃର୍ତ୍ତ ମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଲୁଟ କରିନେଇଥିବା ପୋଲିସରେ ଅଭିଯୋଗ ହୋଇଛି। ଦୁବୃର୍ତ୍ତ ମାନେ ନଗଦ ୩ ଲକ୍ଷ ୭୮ହଜାର ୫୧୦ ଟଙ୍କା, ମୋବାଇଲ ଫୋନ ସହ ସିସିଟିଭି ହାର୍ଡ ଡିକ୍ସି ନେଇ ଫେରାର ହୋଇଯାଇଛନ୍ତି। ପାର୍ବଣ ପୂର୍ବରୁ ଲୁଟେରାଙ୍କ ରାଜ କାକଟପୁର ଅଞ୍ଚଳରେ ଦେଖିବାକୁ ମିଳିଛି। କୁଣ୍ଢେଇ ହାଟ ଗୁଳି ମାଡ଼ ଘଟଣାରେ ଏ ପର୍ଯ୍ୟନ୍ତ ଲୁଟେରାଙ୍କୁ ପୋଲିସ ଧରିନଥିବା ବେଳେ ପୁନର୍ବାର ପାର୍ବଣ ପୂର୍ବରୁ କାକଟପୁର ଥାନା ଠାରୁ ମାତ୍ର ୧ କିଲୋମିଟର ଦୂର ବଲରା ଛକ ରେ ଥିବା ଅନଲାଇନ ସପିଂ ସଂସ୍ଥା ଅଫିସ ମଧ୍ୟରେ ଲୁଟେରା ବନ୍ଧୁକ ଦେଖାଇ ଲୁଟ କରିଛନ୍ତି। ଯାହାକି ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇ ଲୁଟ କରୁଛନ୍ତି ଲୁଟେରା। ଘଟଣା ସ୍ଥଳରେ ସାଇଣ୍ଟିଫିକ ଅଫିସର ଆଦିତ୍ୟ ରଞ୍ଜନ ନାୟକ ଓ ସ୍ଥାନୀୟ ଥାନା ପୋଲିସ ପହଂଚି ତଦନ୍ତ କରିଛନ୍ତି। ପୁରୀ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।