ବର୍ଷାରେ ଯାତାୟାତ ପାଇଁ ସମସ୍ୟା ଭୋଗୁଛନ୍ତି ଜନସାଧାରଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାର୍ଯ୍ୟ ଜାରି ରହିଛି । ଉକ୍ତ ରାସ୍ତା କାର୍ଯ୍ୟର ଅବଧି ସରିଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହୋଇପାରୁନାହିଁ । ଏସଂକ୍ରାନ୍ତରେ ବାରମ୍ବାର ଖବର ପ୍ରକାଶ ପରେ ବି ବିଭାଗ ସ୍ଥାଣୁ ପାଲଟି ଥିବା ମନେ ହେଉଛି । ଠିକାଦାର ଓ ବିଭାଗର ମନମୁଖୀ କାର୍ଯ୍ୟ ଯୋଗୁ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯଦି ଯଥା ଶୀଘ୍ର ରାସ୍ତା କାର୍ଯ୍ୟ ଶେଷ ନ ହୁଏ ତେବେ ସ୍ଥାନୀୟ ଗ୍ରାମବାସୀ ବଂଶୀଧର ଦାସ, ବାବାଜୀ ଦାସ, ରଶ୍ମୀରଂଜନ ତ୍ରିପାଠୀଙ୍କ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ ଯେ ବିଭାଗ ପକ୍ଷରୁ ପିଡବ୍ଳୁଡି ରୋଡ ଠାରୁ ନରଣପୁର ଠାରୁ ଚକୁଳିପଡା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଜାରି ରହିଛି । ଉକ୍ତ ରାସ୍ତାର କାର୍ଯ୍ୟରାମ୍ଭ ୧୭ ଡିସେମ୍ବର ୨୦୨୨ ରହିଥିବା ବେଳେ କାର୍ଯ୍ୟ ଶେଷ ଅବଧି ୧୬ ନଭେମ୍ବର ୨୦୨୩ ରହିଛି । ୭ ମାସ ହେବ ଅବଧି ସରିଥିବା ବେଳେ ଏପର୍ଯ୍ୟନ୍ତ କୈାଣସି ରାସ୍ତା କାର୍ଯ୍ୟ ସରିପାରୁନାହିଁ । ନରଣପୁର ଠାରୁ ଚକୁଳିପଡା ରାସ୍ତାର ନରଣପୁରରେ ଏବେ ରାସ୍ତା ମରଣଯନ୍ତା ପାଲଟିଛି । କାର୍ଯ୍ୟ କରୁଥିବା ଠିକାଦାର ରାସ୍ତା ପାଶ୍ୱର୍ରେ ମାଟି ପକାଇବା ଦ୍ୱାରା ବର୍ଷାରେ ଉକ୍ତ ମାଟି କାଦୁଅରେ ପରିଣତ ହୋଇଛି । ଯାହାଫଳରେ ଉକ୍ତ ଗ୍ରାମର ଜନସାଧାରଣ ଘରୁ ବାହାରି ପାରୁ ନାହାନ୍ତି । କାହାର ଦେହ ଖରାପ ହେଲେ ଏହି ରାସ୍ତା ଦେଇ କୌଣସି ଗାଡି ମଧ୍ୟ ଗାଁ ମଧ୍ୟକୁ ଯାଇପାରିବ ନାହିଁ । ସବୁଠାର ଗୁରୁତ୍ୱପୂର୍ଣ୍ଣ କଥା ସମାନ୍ୟ ବର୍ଷା ହେବା ମାତ୍ରରେ ରାସ୍ତାରେ କାଦୁଆ ହେବା ହେତୁ ପିଲାମାନେ ସ୍କୁଲକୁ ଯିବା ବେଳେ ରାସ୍ତାରେ ପଡି କାଦୁଅ ହୋଇ ଘରକୁ ଫେରୁଛନ୍ତି । ସେହିପରି ନାଉଗାଁ ଡାବର ରାସ୍ତା ତିହୁଡା ଠାରୁ ତିରୁଣା ପର୍ଯ୍ୟନ୍ତ ରାସ୍ତାର କେଉଁଠି ଠିକାଦାର ଦୁଇପାଶ୍ୱର୍ ଖୋଳିଥିବା ବେଳେ କେଉଁଠି ରାସ୍ତା ପାଶ୍ୱର୍ରେ ମାଟି ଗଦା କରି ରଖିଛି । ଯାହାଫଳରେ ରାସ୍ତା ସାରା କାଦୁଅରେ ଭର୍ତି ହୋଇଛି । କିଛି ଦିନ ତଳେ ଗୋଠଦା ନିକଟରେ ସ୍ଥାନୀୟ ଜନସାଧାରଣ ଗାଡି ଅଟକାଇ ରାସ୍ତା ବନ୍ଦ ରଖିଥିଲେ । ବିଧାୟକଙ୍କ ହସ୍ତକ୍ଷେପ ପରେ ନାମକୁ ମାତ୍ର ରାସ୍ତାରେ କିଛି ଅଂଶରେ ଠିକାଦାର ଡଷ୍ଟ ପକାଇ କାର୍ଯ୍ୟ ସାରି ଦେଇଥିଲେ । କିନ୍ତୁ ବର୍ଷାରେ ଉକ୍ତ ଡଷ୍ଟ ଧୋଇ ହୋଇଯାଇଥିବା ଅଭିଯୋଗ ହେଉଛି । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ କାର୍ଯ୍ୟ କରିବାର ଅବଧିକୁ ବୃଦ୍ଧି କରାଯାଇଛି, ନରଣପୁର ରାସ୍ତାରେ ଜନସାଧାରଣ ଜାଗା ଛାଡୁ ନଥିବାରୁ କାର୍ଯ୍ୟ ବିଳମ୍ବ ହେଉଛି । କାଦୁଅ ହୋଇଥିବା ସ୍ଥାନରେ ବାଲି ପକାଇବା ପାଇଁ ଠିକାଦାରଙ୍କୁ ନିଦେର୍ଶ ଦିଆଯାଇଛି । କିନ୍ତୁ ଡାବର-ନାଉଗାଁ ରାସ୍ତା ପୂର୍ବପରି ଠିକାଦାରଙ୍କୁ କହି କାର୍ଯ୍ୟ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ