ବସ ଅଟୋ ମାଲିକ ସଙ୍ଘର ବିବାଦ ଯାତ୍ରୀ ହଟହଟା
ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ ବସ ଅଟୋ ମାଲିକ ସଙ୍ଗ ବିବାଦ ଯୋଗୁଁ ସାଧାରଣ ଯାତ୍ରୀ ଙ୍କ ହଟହଟା ହେଉଥିବା ପରିଲକ୍ଷିତ ହୋଇଛି।-ଗତ କାଲି ଠାରୁ ଚିକିଟୀ ବସ ଷ୍ଟାଣ୍ଡରୁ ବ୍ରହ୍ମପୁର କିମ୍ବା ଅନ୍ୟ ସ୍ଥାନକୁ ବସ ଚଳାଚଳ ବନ୍ଦ ଥିବା ଦେଖିବାକୁ ମିଳୁଛି l ବସ ଚଳାଚଳ ବନ୍ଦ ଥିବା ଯୋଗୁଁ ଯାତ୍ରୀମାନେ ହନ୍ତ ସନ୍ତ ହେବା ସହ ଚଢା ଦରରେ ବିକଳ୍ପ ବ୍ୟବସ୍ତା କରି ଯାତାୟାତ କରୁଛନ୍ତି l ଅଭିଯୋଗ ପ୍ରକାରେ ଚିକିଟି ବସ ମାଲିକ ସଙ୍ଘ ଓ ଅଟୋ ମାଲିକ ସଙ୍ଗ ଭିତରେ ପୂର୍ବରୁ ନିଷ୍ପତି ହୋଇ ବସ ଷ୍ଟାଣ୍ଡ ଭିତରକୁ ଅଟୋ ନଯାଇ ଷ୍ଟାଣ୍ଡ ବାହାରେ ରହି ନିଜର ଯାତ୍ରୀ ନେବା ସ୍ତିର ହୋଇଥିଲା। ଏହି ନିଷ୍ପତି ଚାଲୁ ରହିଥିବା ବେଳେ ଗତ କାଲି ଗୋଟିଏ ଅଟୋ ବାମ ବସ ଷ୍ଟାଣ୍ଡ ରୁ ଯାଇ ଯାତ୍ରୀ ନେଉଥିବା ଦେଖି କିଛି ବସ କର୍ମଚାରୀ ଓ ବସ ମାଲିକ ମନେ ଏହାକୁ ବିରୋଧ କରି ଥିବା ଅଭିଯୋଗ ହୋଇ ଥିଲା । ଯାହାକୁ ନେଇ ଉତେଜନା ମୂଳକ ପରିସ୍ଥିତି ହୋଇଥିଲା l ଏହି ପରିସ୍ଥିତି ସମାଧାନ ନ ହେବା ପର୍ଯ୍ୟନ୍ତ ବସ ମାଲିକ ମାନେ ନିଜର ଗାଡି ରୁଟ ରେ ବସ ଚଳାଚଳ ବନ୍ଦ କରିଥିବା ସଦସ୍ୟ ମାନେ ପ୍ରକାଶ କରିଥିଲେ l ସେହି ପରି ଏହି ଘଟଣା ନେଇ ଅଟୋ ମାଲିକ ମାନେ ମଧ୍ୟ ବସ କର୍ମଚାରୀ ଓ ବସ ମାଲିକ ଦ୍ୱାରା ନିର୍ଯାତିତ ହୋଇଥିବା ମଧ୍ୟ ପ୍ରକାଶ କରିଛନ୍ତି l ଏଭଳି କ୍ଷେତ୍ରରେ ଆଜି ଚିକିଟି ବସ ଷ୍ଟାଣ୍ଡ ରେ ଘରୋଇ ବସ ମାଲିକଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରାଯାଇଛି l ଏହି ବୈଠକରେ ଏହି ବିଷୟ ରେ ଆଲୋଚନା କରିବା ସହ ସମାଧାନ ପାଇଁ ସ୍ଥାନୀୟ ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ସହ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିବା ସ୍ଥିର କରିଛନ୍ତି l କିନ୍ତୁ ଏଠାରେ ବସ ମାଲିକ ଓ ଅଟୋ ସଙ୍ଗ ମୁଁହା ପରିସ୍ଥିତିରେ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଯାତ୍ରୀଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ତୁରନ୍ତ ପ୍ରଶାସନ ବିବାଦର ସମାଧାନ କଲେ ସାଧାରଣ ଯାତ୍ରୀ ମାନଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l