ବାଇଦାପୋଷୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ରଗଵୀ ଫୁଟବଲ ପ୍ରତିଯୋଗିତା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ଵାଳ):ଫୁଟବଲ ଖେଳ ଭଳି ରଗଵୀ ଫୁଟବଲ ଖେଳର ମଧ୍ୟ ଚମତ୍କାରିତା ରହିଛି ।ଏହି ଖେଳକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଏବଂ ଆଗ୍ରହ ସୃଷ୍ଟି କରାଇବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ମୟୂରଭଞ୍ଜ ରେ ଫୁଟବଲ ଖେଳ ଯେଭଳି ଲୋକପ୍ରିୟ ଖେଳ ବିଦ୍ୟାଳୟ ସ୍ତରରେ ରଗବୀ ଫୁଟବଲ ଖେଳ ମଧ୍ୟ ବହୁ ପ୍ରିୟ ଖେଳ ଅଟେ । ମୟୂରଭଞ୍ଜ ରେ ବହୁ ରେଡ୍ଡୀ ଖେଳରେ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଦେଶୀୟ ଖେଳାଳି ହୋଇ ମୟୂରଭଞ୍ଜ ର ସୁନାମ ଆଣିଛନ୍ତି ।ଆଜି ରାଇରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ର ଦୁବୁଲାଵେଡାସ୍ଥ ହେରମ୍ବ ନାରାୟଣ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ ବାଇଦାପୋଷୀ ଷ୍ଟାଡିୟମରେ ବୁଧବାର ଦିନ ୧୭ ବର୍ଷ ତଳର ଯୁବକ/ ଯୁବତୀ ଏବଂ ୧୪ ବର୍ଷ ତଳର ଛାତ୍ରଛାତ୍ରୀ ଙ୍କ ର ରଗବୀ ଖେଳ ଆୟୋଜିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ୧୨ ଟି ୧୭ ବର୍ଷ ତଳର ୭୮ ଜଣ ବାଳକ ଏବଂବାଳିକା ୫୩ ଜଣ ସେହିଭଳି,୧୪ ବର୍ଷ ତଳର ୬୯ ଜଣ ବାଳକ ଏବଂ ୪୫ ଜଣ ବାଳିକା ସମେତ ସ୍ଥାନୀୟ ଅଧିକାରୀ ୧୫ ଏବଂ ୩୦ ଜଣେ ଟିମ୍ ମେନେଜର ସମେତ ସମୁଦାୟ ୩୦୦ ଜଣ ରଗଵୀ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ହେରମ୍ବ ନାରାୟଣ ସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତି ସଭାପତିତ୍ବ କରିଥିବାଵେଳେ ଝରାଡିହି ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତି ରଂଜନ ପାଣି ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ତିରିଂ ଏବଂ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞେଶ୍ବର ଜେନା , ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ମୁଖ୍ୟବକ୍ତା ମୟୂରଭଞ୍ଜ -୨ ଜିଲ୍ଲା ସଭାପତି ଦୁର୍ଯୋଧନ ବେହେରା,ସଂପାଦକ ଭାଗ୍ୟବାନ ମହାନ୍ତ, ସମ୍ମାନିତ ଅତିଥି ରାଜ୍ୟ ଓଷ୍ଟା ସଭାପତି ଜ୍ଞାନ ରଂଜନ ପାଣିଗ୍ରାହୀ,ରାଜ୍ୟ ଓଷ୍ଟା କାର୍ଯ୍ୟକାରିଣୀ ସଦସ୍ୟ ସୁବଳ ଦାସ ମହାପାତ୍ର, ବ୍ଳକ ସଂପାଦକ ଉମାକାନ୍ତ ବେହେରା, ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନ୍ ଉପଦେଷ୍ଟା ଵାଵା ଧଳାରାମ ହାଁସଦା ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଖେଳର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶାରିରୀକ କ୍ରଡା ଶିକ୍ଷାଧିକାରୀ ଭାଗୀରଥି ମଲ୍ଲିକ ରଗବୀ ଖେଳ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଯଜ୍ଞେଶ୍ଵର ଜେନା ଯୁବ ଖେଳାଳି ମାନଙ୍କୁ ଖେଳରେ ଶୃଙ୍ଖଳା, ଟିମ୍ ସ୍ପିରିଟ,ଖେଳ ଉପରେ ଆବଶ୍ୟକୀୟ ଜ୍ଞାନ, ପ୍ରତିଯୋଗିତା ମନୋଭାବ,ନିଜର ଶ୍ରେଷ୍ଠ ପରାକାଷ୍ଠା ଏବଂ ଫଳାଫଳ କୁ ଆଶା ନକରି ଆଗେଇଲେ ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚିବ ।ଖେଳାଳି ମାନଙ୍କୁ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଛନ୍ତି ।ତେଣୁ ପାଠ ପଢିବା ସହ ଖେଳ ଧ୍ୟାନ ଦେଲେ ଶରୀର ନିରୋଗ ରହିବା ସହ ମନ ପ୍ରଫୁଲ ରହିବ ।ଶେଷରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଶୁଭେଛା ଜଣାଇ ଖେଳାଳି ମାନଙ୍କ ପାଖକୁ ଯାଇ ଉତ୍ସାହିତ କରିଥିଲେ ନୃତ୍ୟ ଶିକ୍ଷକ ରାଜେଶ ପ୍ରଜାପତି ଙ୍କ ନେତୃତ୍ବରେ ଛାତ୍ରୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଖେଳାଳି ମାନଙ୍କ ମନୋରଞ୍ଜନ କରିଥିଲେ ।ଖେଳରେ ବାରିପଦା ବ୍ଳକ ଚମ୍ପିୟାନ ହୋଇଥିବା ବେଳେ ଶାମାଖୁଣ୍ଟା ବ୍ଳକ ରନର୍ସ ଅପ୍ ଏବଂ ତୃତୀୟ ରେ ରାଇରଙ୍ଗପୁର ବ୍ଳକ ହୋଇଛି । ଉଦଯାପନୀ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞେଶ୍ଵର ଜେନା କୃତୀ ପ୍ରତିଯୋଗୀ ଦଳମାନଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ