ବାବା ବାଲି କପିଳେଶ୍ୱର ପୀଠରେ ମହାଶିବରାତ୍ରି ଜାଗର ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ବେଳାମାର୍ଗ ରାସ୍ତା ସ୍ଥିତ ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ୱରଙ୍କ ପୀଠରେ ମହାଶିବରାତ୍ରି ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା, ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ଦୈନନ୍ଦିନ ନୀତିକାନ୍ତି ଅନୂଯାୟୀ ପୂଜାର୍ଚ୍ଚନା ପରେ ମହାଦେବ ଙ୍କ ପ୍ରାତଃ ଆଳତି , ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅର୍ନ ନୀତି ମହାପ୍ରସାଦ ଭୋଗପରେ ଅପରାହ୍ନ ରେ ବଡସିଂହାର ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ ଠାକୁର, ରାତି ୧ଟାରେ ହରି ହର ଭେଟ, ବେଢ଼ା ପରିକ୍ରମା ଓ ପ୍ରାୟ ରାତି ୨ ଟା ପୁର୍ବରୁ ମହାଦେବ ବାବା ବାଲିକପିଳେଶ୍ୱର ଙ୍କ ଜାଗର ମହାଦୀପ ଉଠିଥିଲା।ପୋଲିସ୍ ପ୍ରଶାସନ ଓ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଶ୍ରଦ୍ଧାଳୁ ମାନେ ସକାଳୁ ରାତି ସାରା ଉଜାଗର ହୋଈ ମାନସିକ କରି ଦୀପ ଜାଳିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ