ବାରୁଡ଼ା ପଞ୍ଚାୟତର ପଙ୍କାଳ ଗ୍ରାମରେ ଏକ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବାରୁଡ଼ା ପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ଗ୍ରାମରେ ବୈଦିକ ଗାୟତ୍ରୀ ମହାଯଜ୍ଞ ମାଧ୍ୟମରେ କୈଳାଶ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମାମଜିନି ପ୍ରଧାନଙ୍କ ପୁତ୍ର ସତ୍ୟପ୍ରକାଶଙ୍କର ଜନ୍ମଦିବସ ସଂସ୍କାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବାହାଡ଼ାପଦର ଗାୟତ୍ରୀ ପରିବାର ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାହାଡ଼ାପଦର ଗାୟତ୍ରୀ ପରିବାରର ସଦସ୍ୟ ସିମାଞ୍ଚଳ ପାତ୍ର, ରଞ୍ଜିତ କୁମାର ବିଷୋୟୀ, ପୀତବାସ ବାଡ଼ତ୍ୟା, ବିଧାନ ନାୟକ, ଗୋପାଳ ନାୟକ, ମୀକୁ ପ୍ରଧାନ, ଗୋପାଳ ଚନ୍ଦ୍ର ପ୍ରଧାନ, ନରହରି ବିଷୋୟୀ, ଉମାକାନ୍ତ ଭୁୟାଁ, ଶନିଶ୍ଚର ବିଷୋୟୀ, ପ୍ରତାପ ଚନ୍ଦ୍ର ପ୍ରଧାନ, ଦିବ୍ୟସିଂହ ପ୍ରଧାନ, ସୁବାସ ଚନ୍ଦ୍ର ପ୍ରଧାନ, ରଶ୍ମି ପ୍ରଧାନ, ରେଖା ରାଣୀ ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ସୁକାନ୍ତି ବିଷୋୟୀ, ଲିଲି ଗୌଡ଼ ଏବଂ ପଙ୍କାଳର ସମସ୍ତ ଗ୍ରାମବାସୀ ସହଯୋଗ କରି ଶିଶୁଙ୍କୁ ଆଶୀର୍ବାଦ ଦେବା ସହ ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ। ବିଶ୍ୱର ମଙ୍ଗଳ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।