ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଷ୍ଟାଡିଅମ ପରିସର ରେ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଅଛି । ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ରୂପେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଶ କୁମାର ଜିତବାବୁ ଯୋଗ ଦେଇ ସମସ୍ତ ଖେଳାଳୀଙ୍କୁ ପାଠପଢା ସହିତ ଖେଳକୁଦ ରେ କୃତିତ୍ବ ଅର୍ଜନ କରିବାର ମାର୍ଗଦର୍ଶନ କରିଥିଲେ।ସେହିପରି ସରକରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଅଜୟ କୁମାର ତ୍ରିପାଠୀଙ୍କ ନିଜ ବକ୍ତବ୍ଯ ରେ ନୂତନ ଶିକ୍ଷାନୀତି ରେ ଶାରୀରିକ ଶିକ୍ଷାର ବିଷୟର ଗୁରୁତ୍ଵ ପ୍ରଦାନ କରିଥିଲେ।ପ୍ରଧାନାଚାର୍ଯ୍ଯ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢି ଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ। ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଏସଡିଜେଏମ କୋର୍ଟ ର କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ଯୋଗଦେଇ ଶିଶୁବିଦ୍ୟାମନ୍ଦିର ସମାଜ ବିକାଶ ରେ ଶିଶୁବିଦ୍ୟାମନ୍ଦିର ଉଚ୍ଚ ପ୍ରଶଂସା କରିଥିଲେ ।ଉଦଯାପନ ସଭାରେ ବିଦ୍ୟାଳୟର ଉପସଭାପତି ଗୀତା ପାଢି ଅଧ୍ୟକ୍ଷତା କରିଥିଲେ । ସଂପାଦକ ସନ୍ତୋଷ କୁମାର ସାହୁ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରୀଡାରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଆଚାର୍ଯ୍ଯ ସୁକାନ୍ତ କୁମାର ସାହୁ କ୍ରୀଡାର ବୃତ୍ତ କଥନ କରିଥିଲେ।। ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ଯ ଟି ସୁରେଶ କୁମାର ଆଚାରୀ ପୁରସ୍କାର ଘୋଷଣା କରିଥିଲେ। ଉକ୍ତ କ୍ରୀଡାରେ ଶୁଭାଙ୍ଗୀ ପାଢି,ଆଦିତ୍ଯ କୁମାର ଦାଶ, ରୋହନ ଖୁଣ୍ଟିଆ, ଅର୍ପିତା ବେହେରା,ମଧୁସୂଦନ ବେହର୍ଦଳାଇ, ଅଶ୍ମିତା ବେହେରା,ଭି ଦିନେଶ ରାଓ ଓ ଶ୍ବେତାରାଣୀ ପଣ୍ଡା ଚମ୍ପିୟନ ହୋଇ ଥିଲେ। କାର୍ଯ୍ୟକ୍ରମପ୍ରାରମ୍ଭ ରେ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣାଙ୍କୁ ସମ୍ମାନୀତ କରାଯାଇଥିଲା।।