ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ରାସ୍ତା ଅବରୋଧ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ଜିଲ୍ଲା ଆଠଗଡ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ରାଣୀବଣିଆ ଆଦର୍ଶ କାରାଗାରରେ ସନ୍ଦେହଜନକ ଭାବେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ପଙ୍କାଳ ଗାଁର ତୟାବ ଖାଁ ବୋଲି ଜଣାପଡିଛି। କିଛି ଦିନ ତଳେ ତୟାବ ଏକ ମାମଲାରେ ରାଣୀବଣିଆ କାରାଗାରରେ ଥିଲେ। ସେଠାରେ ସେ ବିଚାରାଧୀନ କଏଦୀ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେପଟେ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଖୁଣ୍ଟୁଣୀ ନରସିଂହପୁର ୬୫ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକ ବୁଝାସୁଝା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ