ବିଜେଡିରେ ତେଜିଲା ବିବାଦ: ବିଜେଡି ପ୍ରାଥମିକ ସଭ୍ୟ ପଦରୁ ୧୪ ସମିତି ସଭ୍ୟଙ୍କ ଇସ୍ତଫା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବିଜୁ ଜନତା ଦଳରେ ଏକ ବଡ଼ ଧରଣର ବିବାଦ ଦେଖାଦେଇଛି ଏକାକାଳୀନ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ୧୪ ଜଣ ସମିତି ସଭ୍ୟ ଇସ୍ତଫା ଦେଇଛନ୍ତି. ଘଟଣାରୁ ପ୍ରକାଶ, କୋରମ୍ ଅଭାବରୁ ଗୁମ୍ମା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ପ୍ରକ୍ରିୟା ନହେବା ପରେ ବିଜେଡି ଦଳରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି । ଗୁମ୍ମା ବ୍ଲକର ୧୪ଜଣ ସମିତି ସଭ୍ୟ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ମଧ୍ୟ ଘୋଷଣା କରିଛନ୍ତି । ଗଜପତି ଜିଲାର ଅନ୍ୟତମ ତଥା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଏକମାତ୍ର ଆଦିବାସୀ ଅଧ୍ଯୁସିତ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳଙ୍କ ବିରୋଧରେ ବ୍ଲକର ୧୬ଜଣ ସମିତି ସଭ୍ୟ ସେପ୍ଟେମ୍ବର ୧୭ ତାରିଖ ଦିନ ବିଭିନ୍ନ ଅଭିଯୋଗେ ଆଣିବା ସହ ୧୮ତାରିଖରେ ପାରଳାଖେମୁଣ୍ଡି ଉପ- ଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଥିଲେ । ୨୦ତାରିଖ ଦିନ ଭୋଟ ଗ୍ରହଣ ପ୍ରକ୍ରିୟା ପାଇଁ ଦିନ ଧାର୍ଯ୍ୟ ହୋଇଥୁଲା ସମିତିସଭ୍ୟ ଏବଂ ସରପଞ୍ଚଙ୍କ ମଧ୍ୟରୁ ଜଣଙ୍କ ଦେହାନ୍ତ ହୋଇଯାଇଛି. ଜୀବିତ ୩୯ ଜଣ ଏବଂ ବିଧାୟକ ଓ ସାଂସଦଙ୍କୁ ମିଶାଇ ମୋଟ ୪୧ଜଣଙ୍କ ମଧ୍ୟରୁ ୨୮ ଜଣ ଉପସ୍ଥିତ ରହିବା କଥା ଭୋଟ ପ୍ରକ୍ରିୟା ବେଳେ ମାତ୍ର ୧୪ଜଣ ସମିତିସଭ୍ୟ ଉପସ୍ଥିତ ଥିଲେ । ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କଣ ତାହା ଘୋଷାଣା ହୋଇନଥିବା ବେଳେ ଅଧ୍ଯକ୍ଷା ନିଜେ ବିଜୟୀ ହୋଇଥିବା ଘୋଷଣା କରି କରିବା ନିଶ୍ଚିତ ଦୁର୍ଭାଗ୍ୟଜନକ। ଏନେଇ ଆଇନଗତ ଲଢେଇ କରାଯିବ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁମ୍ମାର ସମିତିସଭ୍ୟ ମାନେ କହିଛନ୍ତି । ସେହିପରି ଆଦିବାସୀଙ୍କ ପାଇଁ ଆସିଥିବା ଟଙ୍କାକୁ ଖର୍ଚ ନକରି ଜିଲା ପରିଷଦ କୁ ଫେରାଇ ଦେବା ନିଶ୍ଚିତ ଭାବେ ଅଧ୍ୟକ୍ଷାଙ୍କ ଅପରାଗତାକୁ ଦର୍ଶାଉଛି ଏଭଳି ଜଣେ ଅପାରଗ ଅଧ୍ଯକ୍ଷାଙ୍କୁ ସୁରକ୍ଷା ଦେବାକୁ ବିଧାୟକ ନିଜର ଅର୍ଥ ଓ ବାହୁବଳ ବ୍ୟବହାର କରି ସରପଞ୍ଚଙ୍କୁ ଗୋଟିଏ କଠୋରିରେ ରେ ବନ୍ଦ ରଖ୍ ଭୋଟଦାନ ପାଇଁ ନଛାଡିବା ନିଶ୍ଚିତ ନିନ୍ଦନୀୟ ବୋଲି ସମିତି ସଭ୍ଯ ଅଭିଯୋଗ କରିବା ସହ ବିଧାୟକ ଆଦିବାସୀ ବିରୋଧୀ କାର୍ଯ୍ୟକୁ ପଦାରେ ପକାଇଛି ବୋଲି କହିଛନ୍ତି । ବିଧାୟକଙ୍କ ସମର୍ଥନ ପ୍ରତିବାଦରେ ଗୁମ୍ମା ବ୍ଲକର ୧୪ଜଣ ସମିତି ସଭ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ମଧ୍ଯ ଘୋଷଣା କରିଛନ୍ତି । ଭୋଟ ପ୍ରକ୍ରିୟାରେ କୋରମ ଅଭାବରୁ ତାଙ୍କ ପ୍ରତି ଥିବା ସମର୍ଥନ ସ୍ପଷ୍ଟ ହୋଇଥିବା ବ୍ଲକ ଅଧ୍ୟକ୍ଷା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଧାୟକ ରୂପେଶ ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗୁମ୍ମା ବ୍ଲକରେ ଜଣେ ଭଦ୍ର ମହିଳା ଅଧ୍ଯକ୍ଷା ରହିଛନ୍ତି । ତାଙ୍କୁ ହଟାଇବାକୁ ଯେଉଁ ଉଦ୍ୟମ ହୋଇଥିଲା ତାହା ଭଣ୍ଡୁର ହୋଇଛି । କେତେକ ସଦସ୍ୟ ଏହାକୁ ନେଇ ରାଜନୀତି କରିବାକୁ ପ୍ରୟାସ କରୁଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ ସେ ସବୁବେଳେ ତତ୍ପର । ଆଦିବାସୀ ବିରୋଧୀ ବୋଲି ଯେଉଁମାନେ ଅଭିଯୋଗ ଆଣିଛନ୍ତି ସେମାନେ ଗୁମ୍ମା ବ୍ଲକର ଉନ୍ନତି ପାଇଁ କଣ କରିଛନ୍ତି ତାହାକୁ ନେଇ ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ବିଧାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ