ବିଜେପି ରେ ମିଶିଲେ ବୁଗୁଡା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବ୍ଲକ ବିଜେଡି ସଭାପତି, ସରପଞ୍ଚ ଓ ସମିତି ସଭ୍ୟ ବୃନ୍ଦ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତିରେ ବିଜେପିର ଏକ ମିଶ୍ରଣ ପର୍ବ ଡିସେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ଆହ୍ୱାନ କ୍ରମେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ତାଙ୍କ ସ୍ୱାମୀ ବିଶିଷ୍ଟ ସମାଜସେବୀ କେ.ନୀଳମାଧବ ଆଚାରୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ବ୍ଳକର ବରିଷ୍ଠ ବିଜେଡି ନେତା ତଥା ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରାଙ୍କ ସମେତ ସରପଞ୍ଚ, ସମିତି ମେମ୍ବର ଓ ବିଜେଡ଼ି ବହୁ ଆଗ ଧାଡ଼ିର ନେତା ବିଜେଡି ତ୍ୟାଗ କରି ବିଜେପିରେ ଯୋଗଦେଇଛନ୍ତି। ସମସ୍ତଙ୍କୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସ୍ଥାନୀୟ ବିଧାୟକ ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକ ବିଜେପି ଉତରୀୟ ଓ ଟୋପି ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହ ବିଜେପିର ମେମ୍ବର ଭାବେ ଗ୍ରହଣ କରାଯିବା ଘୋଷଣା କରିଥିଲେ।