ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ବାଇକ ଆରୋହୀ ମୃତ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ ଗଡ ଧନଘର ଟାମଣ ରାସ୍ତାର ଫୁଲବାଡ଼ ନିକଟରେ ସୋମବାର ରାତିରେ ଏକ ବିଦ୍ୟୁତ ଖୁଣ୍ଟରେ ବାଇକ ଧକ୍କା ହୋଇ ଜଣେ ଦଳିତ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଚିକିଟୀ ଗଡ଼ ବାଉରୀ ସାହି ର ପୁରୁଷୋତ୍ତମ ବେହେରା ଙ୍କ ପୁଅ ଶିବ ବେହେରା (୧୯) ବର୍ଷ ବୋଲି ଜଣା ପଡ଼ିଛି। ଗତକାଲି ରାତିରେ ଶିବ ଏକ ବାଇକ ଯୋଗେ ଯାଉଥିବା ବେଳେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ହୋଇଥିଲା।ଯାହାରୀ ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲ। ଅନ୍ୟ ପକ୍ଷେରେ ଚିକିଟୀ ମେଡିକାଲ ରେ ଚିକିତ୍ସା ରେ ଅବହେଳା କରାଯାଇଥିବା ଓ ଆମ୍ବୁଲାନ୍ସ ନମିଳିବା ଯୋଗୁଁ ଉକ୍ତ ଯୁବକ କୁ ତିନି ଘଣ୍ଟା ଧରି ମେଡିକାଲ ରେ ପକାଇ ରଖିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି।