ବିଦ୍ୟୁତ୍ ଚୋରି କରି ଧରା ପଡିଲେ ୫୫ ଉପଭୋକ୍ତା

ବନ୍ତ, (ଚାନ୍ଦିନୀ ମହାନ୍ତି):ବିଦ୍ୟୁତ୍ ବିଭାଗ ଏବେ ଆକ୍ସନ ମୁଡ୍‌ରେ । ବେଆଇନ ଭାବେ ବିଦ୍ୟୁତ୍ ଚୋରି କରୁଥିବା ଲୋକ ମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ସହିତ ବିଦ୍ୟୁତ୍ ଚୋରି ଏକ ଦଣ୍ଡନୀୟ ଅପରାଧ ବୋଲି ଲୋକ ମାନଙ୍କୁ ବୁଝାଇଛି । ଏପରିପେକ୍ଷୀରେ ବନ୍ତ ସେକ୍ସନ ଅଧିନ ବନ୍ତ, ବସନ୍ତିଆ, ଚଣ୍ଡିପୁର, ସେଣ୍ଢତୀରା, ଚାରିପୋଖରିଆ, ମୁଗଗଢିଆ ଆଦି ଗ୍ରାମରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫୫ ଜଣ ଉପଭୋକ୍ତା ଙ୍କ ଠାରୁ ୧୪୨ ୱାଟ୍ ଲୋଡ୍ ବୁକ୍ କରାଯାଇଛି । ଏସମସ୍ତ ଉପଭୋକ୍ତା ମାନେ ହୁକିଂ, ମିଟର ଟାମ୍ପରିଂ ଓ ବାଇପାସ କରି ବିଦ୍ୟୁତ୍ ଚୋରି କରୁଥିଲେ । ଏସମସ୍ତ ଉପଭୋକ୍ତାଙ୍କ ଉପରେ ୨୫ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିବା ଜଣାଯାଇଛି । ଏହି ଚଢାଉରେ ବାଲେଶ୍ୱର ଏନଫୋର୍ସମେଣ୍ଟ ସ୍କାର୍ଡ ମୁଖ୍ୟ ସୌଗତ ସରକାର, ଏଜିଏମ୍ ଦେବାଶିଷ ଜେନା, ଭଦ୍ରକ(ଦକ୍ଷିଣ) ବିଦ୍ୟୁତ୍ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନସ୍ୱିନୀ ସାହୁ, ବାଣିଜ୍ୟ ବିଭାଗର ମୁଖ୍ୟ ନିହାରକାନ୍ତ ଜେନା, ଭଦ୍ରକ(ଦକ୍ଷିଣ) ଏସଡିଓ ଦୀପ୍ତୀ ରଞ୍ଜନ ବିଶ୍ୱାଳ, ଏନଫୋର୍ସମେଣ୍ଟ ସହକାରୀ ପରିଚାଳକ ରମେଶ ଚନ୍ଦ୍ର ଦାସ, ବନ୍ତ ସହକାରୀ ପରିଚାଳକ ମାନସ ରଞ୍ଜନ ପଣ୍ଡା, ବନ୍ତ ବାଣିଜ୍ୟିକ ଅଧିକାରୀ ରୀତିକ ଗୁପ୍ତା, ଆଗରପଡା ସହକାରୀ ପରିଚାଳକ କୃପାସିନ୍ଧୁ ପ୍ରଧାନ, ଆଗରପଡା ବାଣିଜ୍ୟିକ ଅଧିକାରୀ ଅବିନାଶ ବଳିୟାରସିଂ, ଲାଇନ୍‌ମ୍ୟାନ ନରେନ୍ଦ୍ର ପାଲ, ସତ୍ୟାନନ୍ଦ ସୂତାର, ସୁଶାନ୍ତ ଦାସ, ପ୍ରଦୀପ୍ତ ସ୍ୱାଇଁ, ଦେବବ୍ରତ ମହନ୍ତ, ଅଚ୍ୟୁତାନନ୍ଦ ଖିଲାର, ଅଶୋକ ଶଂଖୁଆ, ସନ୍ତୋଷ ଦାସ, କୁଳମଣି ସାହୁ, ପ୍ରସନ୍ନ ମହାନ୍ତି, ସୁପରଭାଇଜର ଅଭିଜିତ ସ୍ୱାଇଁ, ନିହାର ରଞ୍ଜନ ମିଶ୍ର ପ୍ରମୁଖ ସାମିଲ ଥିଲେ । ବିଦ୍ୟୁତ୍ ବିଭାଗର ଏହି ଚଢାଉ ପରେ ଅସାଧୁ ଉପାୟରେ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ