ବିଧାୟକ ଦ୍ବାରା ନୂଆ ହସ୍ପିଟାଲ ପାଇଁ ଶିଳାନ୍ୟାସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମିଶନ ଶକ୍ତି ଭବନ କୁ ଗୁରୁବାର ଦିଗପହଣ୍ଡି  ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଉଦଘାଟନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ, ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ଉପାଧ୍ୟକ୍ଷା କେ. ପୂଜା , ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ , ବ୍ଳକ ପ୍ରକଳ୍ପ ଅଧିକାରୀ ସଙ୍ଗୀତା ପଣ୍ଡା , ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଲିଙ୍ଗରାଜ ଦୋରା , ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା ଏବଂ ମିଶନ ଶକ୍ତି ମହିଳା ଗୋଷ୍ଠୀର କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ। ପ୍ରଥମେ ବିଧାୟକ  ଦିଗପହଣ୍ଡି ସହର ଉପକଣ୍ଠ ଘୋଡାହାଡ ଡ଼୍ୟାମ ରାସ୍ତାରେ ପହଞ୍ଚି ପ୍ରାୟ ୧୩ କୋଟି ୮୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନୂତନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ  , ଉପାଧକ୍ଷା , ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଇଂ. ସ୍ବରାଜ ପାଣିଗ୍ରାହୀ , କାଉନସିଲର ସୁଶାନ୍ତ ପାତ୍ର , ନୀଳମାଧବ ଗୈାଡ , କରିସ୍ମା ନାୟକ , ସନ୍ତୋଷିନୀ ବେହେରା , ଗୈାରାଙ୍ଗ ଚରଣ ବେହେରା , ଭାଜପା ଜିଲା ଉପସଭାପତି ପରେଶ ଚନ୍ଦ୍ର ରଥ , ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନ , ସମ୍ପାଦକ ନନ୍ଦ କିଶୋର ସାହୁ , ସେବା ସମବାୟ ସମିତି ପୂର୍ବତନ ଜିଲା ସଭାପତି ସନାତନ ସଂଗ୍ରାମ ସିଂ ସମେତ ବହୁ କାଉନସିଲର ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ