ବିପଦସଙ୍କୁଳ ଅବସ୍ଥାରେ ମୁଖ୍ୟ ସଡକରେ ଶୁଖିଲା ଗଛ ,ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବରିଷ୍ଠସାମ୍ବାଦିକ

ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମ ମୁଖ୍ୟ ସଡକର ବନ୍ଦିତା ପଡ଼ିଆ ଏବଂ କହ୍ନେଇଶ୍ୱର ନାଳ ପାର୍ଶ୍ଵରେ ଥିବା ଦୁଇଟି ଶୁଖିଲା କାକପୋଇ ଗଛ ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି I ଗଛ ଗୁଡିକରୁ ଶୁଖିଲା ଶାଖା କେତେବେଳେ କେଉଁ ପଥିକ ଉପରେ ଖସି ଦୁର୍ଘଟଣା ଘଟିବ କିଛି କହି ହେବ ନାହିଁ I ଏହା ବହୁ ଦିନ ଧରି ଝୁଲି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣି ଏହାକୁ କାଟି ବାହାର ନକରିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି I ପ୍ରତ୍ୟେକ ଦିନ ପକ୍ଷୀମାନେ ଏହି ଗଛ ଉପରେ ବସୁଥିବାରୁ ଶାଖାର ଅଂଶ ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଝଡ଼ି ପଡ଼ୁଛି I ଗତ କାଲି ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ କହ୍ନେଇଶ୍ୱର ନାଳ ନିକଟରେ ଥିବା ଗଛରୁ ହଠାତ୍ ଏକ ବଡ଼ ଶାଖା ଖସି ପଡ଼ିଥିଲା I ସାମ୍ବାଦିକ ଜଣଙ୍କ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ମଧ୍ୟ ଶାଖାଟିର ଅଂଶ ସାମ୍ବାଦିକଙ୍କ ସ୍କୁଟି ପଛ ଅଂଶକୁ ବାଜିବା ଫଳରେ ସ୍କୁଟିଟି କ୍ଷତିଗ୍ରସ୍ତ ହୋଇଥିଲା I ବର୍ତ୍ତମାନ କରୋନା କଟକଣା ପାଇଁ ଜନ ସାଧାରଣଙ୍କ ଯାତାୟତ କମ୍ ଯୋଗୁଁ କୌଣସି ବଡ଼ ଦୁର୍ଘଟଣା ଘଟି ନଥିଲେ ମଧ୍ୟ ଆଗାମୀ ଦିନରେ କୌଣସି ବଡ଼ ଦୁର୍ଘଟଣାକୁ ଏଡାଇ ଦିଆ ଯାଇ ନ ପାରେ I ଏହି ଘଟଣାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଗ୍ରାମବାସୀ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ I ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଗଛ ଦୁଇଟିକୁ କାଟି ବାହାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I ଯଦି ଏ ଦିଗରେ ପ୍ରଶାସନ ଉଚିତ୍ ପଦକ୍ଷେପ ଗ୍ରହଣ ନକରେ ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ