ବିପୁଳ ପରିମାଣର ବାଣ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ସୀତାପୁର ଗ୍ରାମ ଠାରେ ବିପୁଳ ପରିମାଣର ବାଣକୁ ପୋଲିସ ଜବତ କରିଛି. ବେଆଇନ ଭାବେ ବାଣ ଗଛିତ ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ କାଶୀନଗର ଥାନା ଅଧିକାରୀ ସୀତାପୁର ଗ୍ରାମରେ ଆଗକୁ ଦୀପାବଳି ଥିବାରୁ ବିକ୍ରି କରିବା ପାଇଁ ରହିଥିବା ବିଭିନ୍ନ ପ୍ରକାର ବାଣକୁ ସଦଳବଳେ ଜବତ କରିଛନ୍ତି. ସେ ସବୁ ବାଣ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ହଜାର ହେବ ଜବତ କରି ୧୬୩/୨୪ ଓ ୧୬୪/୨୪ ରେ ଦୁଇଟି ମାମଲା କାଶୀନଗର ଥାନାରେ ରୁଜୁ କରାଯାଇଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ