ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‍ଯାପିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ କଇଁଫୁଲିଆ ଛକ ନିକଟରେ ଥିବା ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‍ଯାପିତ ହୋଇଯାଇଛି । ଗତ ୨୦୦୮ ମସିହାରେ ସ୍ଥାପିତ ହୋଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ବିବେକେନନ୍ଦ ଶିଶୁ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‍ଯାପିତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ବିପ୍ରଚରଣ ଭଂଜଙ୍କ ସଂଯୋଜନାରେରେ ଅନୁଷ୍ଠିତ ହୋଇଯାଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶିକ୍ଷାନୁଷ୍ଠାନର ପରିଚାଳନା ମୁଖ୍ୟ ବିରୁପାକ୍ଷ ସାମନ୍ତରାୟ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଶିକ୍ଷା ସହ କ୍ରୀଡାର ଆବଶ୍ୟକତାର ମହତ୍ତ୍ୱ ଏବଂ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ଉପରେ ମାର୍ଗଦର୍ଶନ କରିବା ସାଙ୍ଗକୁ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । କଇଁଫୁଲିଆ ଛକ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକ ଉତ୍ସବ ଅବସରରେ ଶିକ୍ଷାନୁଷ୍ଠାନର ପ୍ରାରମ୍ଭରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦୌଡ, ଲମ୍ବାଡିଆଁ, ଉଚ୍ଚାଡିଆଁ, ତ୍ରିକୁଦ, ସଟ୍‍ଫୁଟ୍‍ ଥ୍ରୋ, ଡିସ୍‍କସ୍‍ ଥ୍ରୋ, ଜାଭେଲିନ୍‍ ଥ୍ରୋ, ବେଙ୍ଗଡିଆଁ, ବାଟିଚାମଚ, ମ୍ୟୁଜିକାଲ୍‍ ଚେୟାର୍‍, ବଲ୍‍ଫିଙ୍ଗା, ଥାଳିଆଫିଙ୍ଗା ଭଳି ପ୍ରାୟ ୧୫ଟି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଲକ୍ଷ୍ୟ କରାଯାଇଥିଲା । କଇଁଫୁଲିଆ ଛକ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ଶିକ୍ଷୟିତ୍ରୀ ସ୍ୱୁପ୍ନାରାଣୀ ନାହାକ ଯୋଗଦେଇ ଖେଳକୁଦ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବା ସହ ନିଜର ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଭଲ ଖେଳାଳୀ ହେବାକୁ ଆହ୍ୱାନ କରିଥିଲେ । ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ବିଭିନ୍ନ ଖେଳରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଏହି କ୍ରୀଡା ମହୋତ୍ସବକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ମୁଖ୍ୟ ବିରୁପାକ୍ଷ ସାମନ୍ତରାୟ, ପରିଚାଳନା କମିଟିର ସଂପାଦକ ସନ୍ତୋଷ କୁମାର ସିୟ, ପ୍ରଧାନାଚାର୍ଯ୍ୟ ବିପ୍ରଚରଣ ଭଂଜ, ଗୁରୁଜୀ ରସାନନ୍ଦ ସାହୁ, ଦଣ୍ଡପାଣି ସାହୁ, ରୂପଶ୍ରୀ ମହାରଣା, ବିଷ୍ଣୁପ୍ରିୟା ରାଉତ, ଜୟଶ୍ରୀ ଦୋରା, ରେଣୁ ଆଚାରୀ, ସଙ୍ଗୀତା ମିଶ୍ର, ରୁନୁଲତା ସ୍ୱାଇଁ, ବବିତା ଗୌଡ, ଦୀପିକା ନାୟକ, ସ୍ୱପ୍ନାରାଣୀ ନାହାକ, ସରୋଜିନୀ ଜେନା, ମୂର୍ତ୍ତିମୟୀ ବେହେରା, ସ୍ମିତାଞ୍ଜଳୀ ଦାଶ, ବିଜ୍ଞାନୀ ଦାଶଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲା ବେଳେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଖେଳକୁଦ ଦେଖିବା ପାଇଁ ଶିକ୍ଷାନୁଷ୍ଠାନର ଖେଳପଡିଆରେ କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ