ବିଭିନ୍ନ ସମସ୍ୟା ନେଇ ୟୁଥ ମାସ ସେବା ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଜି ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ଆସିଥିବା ବେଳେ ମେଡିକାଲର ବିଭିନ୍ନ ସମସ୍ୟା ନେଇ ୟୁଥ ମାସ ସେବା ସଂଘ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ହେଉଛି ଜିଲା ସଦର ମହକୁମା, ତେଣୁ ଏହାର ଗୁରୁତ୍ୱ ଅଧିକ ରହିଛି । କିନ୍ତୁ ଜିଲା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ମିଳିନାହିଁ, ଏଠାକୁ ପଡୋଶି ଜିଲାରୁ ମଧ୍ୟ ରୋଗୀ ଆସିଥାନ୍ତି ଏହି ମେଡିକାଲକୁ ଜିଲା ମୁଖ୍ୟ ଚିକିିତ୍ସାଳୟର ମାନ୍ୟତା ମିଳିବା ଆବଶ୍ୟକ ରହିଛି ବୋଲି ୟୁଥ ମାସ ସେବା ସଂଘ ର ସଂପାଦକ ସୟଦ ମୁକ୍ତାର ମନ୍ତ୍ରୀଙ୍କୁ କହିବା ସହ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ । ମେଡିକାଲରେ ଆବଶ୍ୟକୀୟ ଡାକ୍ତର,ନର୍ସ ନଥିବାରୁ ବହୁ ରୋଗୀ ଘରୋଇ ମେଡିକାଲ କିମ୍ବା ବ୍ରହ୍ମପୁର ମେଡିକାଲ ଉପରେ ନିର୍ଭର କରିଥାନ୍ତି ତେଣୁ ଏହାର ପୂରଣ ଦାବୀ । ଏଠାକୁ ଦୈନିକ ବହୁ ରୋଗୀ ଆସିଥାନ୍ତି କିନ୍ତୁ କ୍ୟାଟିନ ନଥିବାରୁ ସେମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାୟାଲିସିସ ସେବା ପ୍ରତ୍ୟେକ ଦିନ ଖୋଲାଯାଉ, ଡାକ୍ତର ମାନେ ଛତ୍ରପୁରରେ ନରହି ବ୍ରହ୍ମପୁର ଯିବା ଆସିବା କରୁଛନ୍ତି, ଯାହାଫଳରେ ବେଳେ ସଠିକ ସମୟରେ ଆସୁନଥିବାରୁ ରୋଗୀମାନେ ଅସୁବିଧା ହେଉଛନ୍ତି ତେଣୁ ଛତ୍ରପୁର ମେଡିକାଲରେ କାର୍ଯ୍ୟରତ ଡାକ୍ତର ଛତ୍ରପୁରରେ ରହିବା ପାଇଁ ନିର୍ଦେଶ ଦିଆଯାଉ ବୋଲି ୟୁଥ ମାସ ସେବା ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହା ଉପରେ ଦୃଷ୍ଟି ଦେବେ ବୋଲି ମନ୍ତ୍ରୀ କହିଥିବା ସଂଘର ସଂପାଦକ ସୂଚନା ଦେଇଛନ୍ତି ।