ବିଶ୍ୱ ଦୃଷ୍ଟି ଦିବସ ଅବସରରେ ସଚେତନତା ରାଲି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅକ୍ଟୋବର ମାସର ଦ୍ଵିତୀୟ ଗୁରୁବାର କୁ ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଇଥାଏ | ଏହି ଅବସରରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଆମ ଶାରୀରର ସମସ୍ତ ଅଙ୍ଗ ମଧ୍ୟ ରୁ ଚକ୍ଷୁ ହେଉଛି ଏକ ସ୍ୱତନ୍ତ୍ର ତଥା ମୂଲ୍ୟବାନ ଅଙ୍ଗ | ଆଖି ଦ୍ୱାରା ପଢିବା ଓ ଦେଖିବା ସହ ଅନେକ କାମ ହୋଇଥାଏ | ଏଥିରେ ଦୃଷ୍ଟି ଶକ୍ତି ହରାଇଵା ଦ୍ୱାରା ମଣିଷ ଅନ୍ଧ ହୋଇଯାଇଥାଏ | ତେଣୁ ଚକ୍ଷୁ ର ଯତ୍ନ ନେବା ସହ ତାକୁ ସୁସ୍ଥ ରଖିବା ନେଇ ପ୍ରତେକ ବ୍ୟକ୍ତି ସଚେତନତା ହେବା ଜରୁରୀ | ଏହି ସଚେତନତା ରାଲି ମାଧ୍ୟମରେ ସଦସ୍ୟ ମାନେ ଆଖିରେ କଳା ପଟି ବାନ୍ଧି ଜନ ସାଧାରଣ ମାନଙ୍କୁ ବିଭିନ୍ନ ସଚେତନତା କରିଥିଲେ । ପ୍ରାରମ୍ଭରେ ଏହି ରାଲି ମା ରାମାୟଣା ମ୍ମାଠାକୁରାଣୀ ମନ୍ଦିର ନିକଟରୁ ଏହାର ଶୁଭାରମ୍ଭ ହୋଇ ଛତ୍ରପୁର ସହର ପରିକ୍ରମା କରିଥିଲା । ଶଙ୍କର ଚକ୍ଷୁ ଚିକିତ୍ସାଳୟର ପରାମର୍ଶଦାତା ବି. ଶ୍ରୀନିବାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶୁଭମ ପାଣିଗ୍ରାହୀ, କ୍ୟାମ୍ପ ମ୍ୟାନଜର ନଳିନୀ ରାଉତ ଓ ଚିତ୍ରସେନ ଗୌଡ଼, ସ୍ମିତା ବେହେରା ,ଛତ୍ରପୁର ରୋଟାରୀ କ୍ଲବର ସଭାପତି ଡ଼ଃ ବିମଳ ପ୍ରସାଦ ସାହୁ, ନିରଞ୍ଜନ ପାତ୍ର, ଏମ ଧନଞ୍ଜୟ ରେଡ୍ଡୀ, ସୁରଜିତ ସାମନ୍ତରା, ପଦ୍ମ ଚରଣ ସାହୁ, ୟୁଥ ମାସ ସେବା କେନ୍ଦ୍ର ର ସୟଦ ମୁକ୍ତାର ଙ୍କ ସମେତ ରୋଟାରୀ କ୍ଲବର ସଦସ୍ୟ, ଶଙ୍କର ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ, ଅଂଚଳର ବହୁ ବୁଦ୍ଧିଜିବୀ ମାନେ ସାମିଲ୍ ଥିଲେ । ଛତ୍ରପୁର ରୋଟାରୀ କ୍ଳବ ସହଯୋଗ କରିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ