ବିଶ୍ୱ ପକ୍ଷୀ ଦିବସରେ ପରିବେଶ ପ୍ରେମୀ ଚିନ୍ତା

ବଲାଙ୍ଗିର, (ଯୁଗାବ୍ଦ ନ୍ୟୁଜ):ବଲାଙ୍ଗିର ସହରର ମଧ୍ୟରେ କରଙ୍ଗାକଟା, ନରସିଂ ବନ୍ଧ ଓ ମାରୱାଡି ବନ୍ଧ ସମେତ ୧୭ ଗୋଟି ଜଳାଶୟ କୁ ପକ୍ଷୀ ଆଗମନ ନେଇ ପରିବେଶ ପ୍ରେମୀ ସହରର କରଙ୍ଗାକଟା ଠାରେ ବିଶ୍ୱ ପକ୍ଷୀ ଦିବସ ପାଳିତ କରାଯାଇଛି । ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ ଭାରତୀୟ ସଂସ୍କୃତିରେ ଜନବସତି ରେ ପକ୍ଷୀ ସ୍ଥାନ ସ୍ୱତନ୍ତ୍ରତା ରହିଥିବା ବେଳେ ଦେବ ପୁରାଣ ଠାରୁ ଆରମ୍ଭ କରି ଆଧୁନିକତା ସାହିତ୍ୟରେ ସବୁଠି ପକ୍ଷୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ପରିତାପର ବିଷୟ ସାରା ବିଶ୍ୱରେ ପକ୍ଷୀମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାର କାରଣ କଣ ହୋଇପାରେ ବିଭିନ୍ନ ପ୍ରକାରରେ ଆଲୋଚନା, ପର୍ଯ୍ୟାଲୋଚନା ରୁ ଜଣାଯାଏ ଯେ ଅତ୍ୟଧିକ ରାସାୟନିକ ସାର, ବିଷ, ଜାତୀୟ ପଦାର୍ଥର ବ୍ୟବହାର ବହୁ ମାତ୍ରାରେ ବଢିଯାଇଥିବାରୁ ଏବଂ ପରିବେଶର ଅସନ୍ତୁଳନ ବି ଏକ ମୁଖ୍ୟ କାରଣ ବୋଲି ପରିବେଶବିଦ୍ ମତବ୍ୟକ୍ତ କରିଥିଲେ । ଏ ବର୍ଷ ଜାନୁୟାରୀ ୫ରୁ ବିଶ୍ୱ ପକ୍ଷୀ ଦିବସ ପାଳନ କରାଯାଇଥିବା ବେଳେ ଏ ବିଷୟରେ କୌଣସି ସ୍ଥାନରେ ପକ୍ଷୀ ଦେଖିବାକୁ ମିଳୁନି । ତେବେ କେତେକ ପକ୍ଷୀମାନଙ୍କ ଆଗମନ ରେ ଆମେ ପାଣିପାଗ ବିଷୟରେ ସୁଚନା ପାଉଥିଲୁ କିନ୍ତୁ କମ୍ପ୍ୟୁଟର ଏବଂ ମୋବାଇଲ ବ୍ୟବହାର ଟି ମଣିଷକୁ ଅନେକ ପକ୍ଷୀମାନଙ୍କ ଛବି ଭୁଲେଇ ଦେଲାଣି । ଏଥିରେ ପ୍ରକୃତି ବନ୍ଧୁ ପ୍ରଶାନ୍ତ ମହାକୁରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ପରିବେଶ ସୁରକ୍ଷା କମିଟି ସଭାପତି କୂଳମଣି ସାହୁ , ମନୋରଂଜନ ପୁରୋହିତ, ନରେନ୍ଦ୍ର କବାଟ, ପରିବେଶ ବିତ୍ ଜୟକୃଷ୍ଣ ମିଶ୍ର, ଶମ୍ଭୁ ପ୍ରସାଦ ଶତପଥି, ରିଣ୍ଟ ସାହୁ, ଅରୁଣ କୁମାର ମିଶ୍ର, ବିଭୁ କଲ୍ୟାଣ ଗଡତ୍ୟା, ମହେନ୍ଦ୍ର ପ୍ରଧାନ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ ସଚେତନା ବାର୍ତ୍ତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ