ବିଶ୍ୱ ଯକ୍ଷ୍ମା ଦିବସ ପାଳିତ
ସମ୍ବଲପୁର, (ଲିପନ ନାଏକ):ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ସମ୍ବଲପୁର ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ମିଳିତ ଆନୁକୁଲ୍ୟା ରେ ଏହା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ଜମନକିରା ବ୍ଲକ ର ପୂର୍ବତନ ଯୁବ ସ୍ଵେଚ୍ଛାସେବୀ ଶମ୍ଭୁନାଥ ସାହୁ ଏଥିରେ ସଭାପତିତ୍ବ କରିଥିବା ବେଳେ ଡ ଶରତ କୁମାର ଦେହୁରୀ ମୁଖ୍ୟ ଅତିଥି, ଫାର୍ମାସୀ ଅଫିସର ପ୍ରଦ୍ୟମ୍ନ କୁମାର ସେଠ୍, କ୍ଲାରା ତିର୍କୀ,ଯୋଗ ଗୁରୁ ସୁରେଶ୍ଵରୀ ଚାଣ୍ଡେଲ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଡ ଦେହୁରୀ ଯକ୍ଷ୍ମା ରୋଗ ର ଲକ୍ଷଣ, କାରଣ ଏବଂ ଏହାର ନିରାକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ।ଏହି ଅବସରରେ ଅଞ୍ଚଳର ଯକ୍ଷ୍ମା ରୋଗୀ ଏବଂ ଯକ୍ଷ୍ମା ରୋଗ ରୁ ମୁକ୍ତ ହୋଇଥିବା ବ୍ୟକ୍ତି ମାନେ ଯୋଗଦାନ କରି ନିଜ ରୋଗ ରୁ କିପରି ମୁକ୍ତ ହେଲେ ତାହାର ଅଭିଜ୍ଞତା ଜଣାଇଥିଲେ। ଏହାଛଡା ସ୍ବାସ୍ଥ୍ୟ କେନ୍ଦ୍ର ର ମୁକେଶ କୁମାର ସାହୁ, ଯଜ୍ଞସିନି ଦାସ, ତୃପ୍ତିରାନି ପଳେଇ,ସଞ୍ଜୁ ମଗର, ଧନଞ୍ଜୟ ନାୟକ, ଆଦିତ୍ୟ ମାଝୀ,ସାବିତ୍ରୀ ଜୟପୁରିଆ,ସୁରଜ୍ ଷଣ୍ଢ, ଧିରଜ ଷଣ୍ଢ , ଅଞ୍ଚଳର ଆଶା ଏବଂ ଏ ଏନ ଏମ ଦିଦି ମାନେ ସାମିଲ ହୋଇଥିଲେ।